ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 918ଟି ନୂଆ କୋରୋନା ପଜିଟିଭ ମାମଲା ଓ 31ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ରବିବାର ସୁଦ୍ଧା ଭାରତରେ ମୋଟ କୋରୋନା ପଜିଟିଭ ସଂଖ୍ୟା 8,447କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ 764ଜଣ ଆରୋଗ୍ୟ ବା ଡିସଚାର୍ଜ ହୋଇଥିବା ବେଳେ ଜଣେ ସ୍ଥାନାନ୍ତରିତ ଓ 273 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଦେଶରେ ଗତ 24 ଘଣ୍ଟାରେ 918ଟି ନୂଆ କୋରୋନା ପଜିଟିଭ ମାମଲା, 31 ମୃତ୍ୟୁ ରେକର୍ଡ - death toll
21:01 April 12
ଦେଶରେ ଗତ 24 ଘଣ୍ଟାରେ 918ଟି ନୂଆ କୋରୋନା ପଜିଟିଭ ମାମଲା, 31 ମୃତ୍ୟୁ ରେକର୍ଡ
19:05 April 12
ଗତ ପାଞ୍ଚ ଦିନରେ ହାରାହାରି ପଜିଟିଭ ନମୁନା ସଂଖ୍ୟା 584: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ:
- ମାର୍ଚ୍ଚ 29ରେ, ଭାରତରେ 979 ପଜିଟିଭ ମାମଲା ରହିଥିଲା, ଏହା ବର୍ତ୍ତମାନ 8356ରେ ପହଞ୍ଚିଛି । ଏଥିମଧ୍ୟରୁ 20% ମାମଲା ଗୁଡ଼ିକରେ ICU ଆବଶ୍ୟକ । ତେଣୁ ଆଜି ମଧ୍ୟ 1671 ରୋଗୀ ଅମ୍ଳଜାନ ସହାୟତା ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ କରନ୍ତି । ସରକାର ଏହାକୁ ସମ୍ମୁଖୀନ ହେବା ପାଇଁ ଅଧିକ ପ୍ରସ୍ତୁତ ହେଉଛନ୍ତି ।
- ଅତ୍ୟାବଶ୍ୟକ ସାମଗ୍ରୀ ପରିସ୍ଥିତି ଗୃହମନ୍ତ୍ରଣାଳୟ ଅଧୀନରେ ନିୟନ୍ତ୍ରଣରେ ରହିଛି । ବେସାମରିକ ବିମାନ ଚଳାଚଳ, ଉପଭୋକ୍ତା ବ୍ୟାପାର ଏବଂ ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ଲଜିଷ୍ଟିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ।
- ପ୍ରତିଦିନ 15,700 ରୁ ଅଧିକ ନମୁନା ପରୀକ୍ଷା କରାଯାଉଛି ।
- ଗତ 24 ଘଣ୍ଟା ମଧ୍ୟରେ 34 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
- ଗତ ପାଞ୍ଚ ଦିନରେ, ଦିନକୁ 15,747 ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ ହୋଇଥିବା ହାରାହାରି ନମୁନା ସଂଖ୍ୟା ହେଉଛି 584 ରହିଛି ।
10:02 April 12
ରାଜସ୍ଥାନରେ 51 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 451କୁ ବୃଦ୍ଧି
ରାଜସ୍ଥାନରେ 51ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 451କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରାଜ୍ୟରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କେବଳ ରାଜଧାନୀ ଜୟପୁରରେ 316 ଜଣ ପଜିଟିଭ ରହିଛନ୍ତି ।
09:26 April 12
ଦେଶରେ 24 ଘଣ୍ଟାରେ 909 କୋରୋନା ପଜିଟିଭ ଚିହ୍ନଟ, 34 ମୃତ୍ୟୁ ରେକର୍ଡ
ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 909 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 8356କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସେହିପରି 8356 ମାମଲା ମଧ୍ୟରୁ 7367 ଜଣ ଚିକିତ୍ସିତ ହେଉଥିବା ବେଳେ 716 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 34 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 273କୁ ବୃଦ୍ଧି ପାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 1761 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 969, ଦିଲ୍ଲୀରେ 1069, କେରଳରେ 364, ତେଲେଙ୍ଗାନା 504, ଉତ୍ତରପ୍ରଦେଶରେ 452, ରାଜସ୍ଥାନରେ 700 ଓ ଆନ୍ଧ୍ରପ୍ରଦେଶରେ 381 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 127 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 22, ମଧ୍ୟପ୍ରଦେଶରେ 36, ଦିଲ୍ଲୀରେ 19, ତେଲେଙ୍ଗାନାରେ 9, ତାମିଲନାଡୁରେ 10, କର୍ଣ୍ଣାଟକରେ ଓ ଆନ୍ଧ୍ରପ୍ରଦେଶରେ 6 ଜଣଙ୍କର ମୃତ୍ୟୁ ହୋଇଛି ।