ETV Bharat / bharat

ଦେଶରେ 10 ହଜାର ଟପିଲା କୋରୋନା ପଜିଟିଭ ସଂଖ୍ୟା

author img

By

Published : Apr 14, 2020, 11:23 AM IST

Updated : Apr 14, 2020, 12:25 PM IST

COVID-19 LIVE: India's total cases cross 10,000 mark
ଦେଶରେ 10 ହଜାର ଟପିଲା କୋରୋନା ପଜିଟିଭ ସଂଖ୍ୟା

12:23 April 14

ମହାରାଷ୍ଟ୍ରରେ 121 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 2455କୁ ବୃଦ୍ଧି

ମୁ୍ମ୍ବାଇ: ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 121 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 2455କୁ ବୃଦ୍ଧି ପାଇଛି । 

09:40 April 14

ନୂଆଦିଲ୍ଲୀ: ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 10 ହଜାର ଟପିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1211 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା  10ହଜାର 3ଶହ 63ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମୋଟ ମାମଲା ମଧ୍ୟରୁ 8988 ଜଣ ଚିକିତ୍ସିତ ହେଉଥିବା ବେଳେ 1035 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ 2334 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 1173, ଦିଲ୍ଲୀରେ 1510, କେରଳରେ 379, ତେଲେଙ୍ଗାନା 562, ଉତ୍ତରପ୍ରଦେଶରେ 558, ରାଜସ୍ଥାନରେ 873 ଓ ଆନ୍ଧ୍ରପ୍ରଦେଶରେ 432 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 160 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 26, ମଧ୍ୟପ୍ରଦେଶରେ 43, ଦିଲ୍ଲୀରେ 28, ତେଲେଙ୍ଗାନାରେ 16, ତାମିଲନାଡୁରେ 11, କର୍ଣ୍ଣାଟକରେ 6 ଓ ଆନ୍ଧ୍ରପ୍ରଦେଶରେ 7 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : Apr 14, 2020, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.