ETV Bharat / bharat

ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆୟୁଷ ଔଷଧର କ୍ଲିନିକାଲ ପରୀକ୍ଷା ଆରମ୍ଭ: ସ୍ୱାସ୍ଥ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟକର୍ମୀ ତଥା କୋରୋନା ସମୟରେ ବହୁ ବିପଦପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ଆୟୁଷ ଔଷଧର କ୍ଲିନିକାଲ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ।

author img

By

Published : May 7, 2020, 3:15 PM IST

_corona
ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆୟୁଷ ଔଷଧର କ୍ଲିନିକାଲ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ତଥା କୋରୋନା ସମୟରେ ବହୁ ବିପଦପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ଆୟୁଷ ଔଷଧର କ୍ଲିନିକାଲ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ।

ଆଜି ଏକ ବଡ ଦିନ , ଭାରତରେ ଏକ ଐତିହାସିକ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଅଶ୍ୱଗନ୍ଧା, ୟସ୍ତିମଧୁ, ଗୁଡୁଚି, ପିପାଲି, ଆୟୁଷ -64 ଭଳି ଆୟୁଷ ଔଷଧର କ୍ଲିନିକାଲ ପରୀକ୍ଷା ବିପଦପୂର୍ଣ୍ଣ ଅଞ୍ଚଳରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀଆଜି ଆରମ୍ଭ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି।

ଏଥିସହ ସେ କହିଛନ୍ତି, ଏହା ଆଇସିଏମଆର ଟେକ୍ନିକାଲ ସାହାର୍ଯ୍ୟରେ କେନ୍ଦ୍ର ଆୟୁଷ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ସିଏସଆଇଆର (ଯାହା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଆସେ) ଆଇସିଏମଆର ଦ୍ବାରା କରାଯାଇଛି । ଏଥିସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ପରାମର୍ଶ ଦେଇଥିବା ଔଷଧ ବ୍ୟବହାର ବିଷୟରେ 50 ଲକ୍ଷ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ 'ସଞ୍ଜୀବନୀ' ନାମକ ଏକ ଆପ୍ ଲଞ୍ଚ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଭାରତ ଏହି ପରୀକ୍ଷାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି । କିନ୍ତୁ ଯଦି ଭାରତରେ କୋରୋନା ମୃତ୍ୟୁକୁ ଦୃଷ୍ଟି ଦିଆଯିବ ତେବେ ଭାରତ 20 ଦେଶ ତୁଳନାରେ ଭଲ ପରିସ୍ଥିତିରେ ଅଛି । ଏଥିସହ ସେ କହିଛନ୍ତି, କୋରୋନା ଯୁଦ୍ଧରେ ଭାରତ ସଫଳତା ଆଡକୁ ଅଗ୍ରସର ହେଉଛୁ ଏବଂ ମୁଁ ଲୋକମାନଙ୍କୁ ଧନ୍ୟବାଦ ଦେଉଛି ଯେ ସେମାନେ ଲକଡାଉନକୁ ସମର୍ଥନ କରିଛନ୍ତି । ସେଥିପାଇଁ ବର୍ତ୍ତମାନ ପର୍ଯ୍ୟାୟକ୍ରମେ ସାମାନ୍ୟ ଛାଡ ପ୍ରଦାନ କରାଯାଉଛି।

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 52,952 ପହଞ୍ଚିଥିବା ବେଳେ 35,902 ଜଣ ଆକ୍ରାନ୍ତ ଆକ୍ଟିଭ, 15,266 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 1783 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.