ETV Bharat / bharat

ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6.4 ମିଲିୟନ, ମୃତ୍ୟୁସଂଖ୍ୟା 380,000 ପାର୍

ସାରା ବିଶ୍ବରେ ଚାଲିଛି ମହାମାରୀ କୋରୋନାର ରାଜ୍। ସଂକ୍ରମଣ ହାର 6.4 ମିଲିୟନରେ ପହଁଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା 380,000ରେ ପହଁଞ୍ଚିଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।

author img

By

Published : Jun 5, 2020, 8:39 AM IST

ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6.4 ମିଲିୟନ, ମୃତ୍ୟୁସଂଖ୍ୟା 380,000 ପାର୍
ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6.4 ମିଲିୟନ, ମୃତ୍ୟୁସଂଖ୍ୟା 380,000 ପାର୍

ନୂଆଦିଲ୍ଲୀ: ସାରା ବିଶ୍ବରେ ଚାଲିଛି ମହାମାରୀ କୋରୋନାର ରାଜ୍। ସଂକ୍ରମଣ ହାର 6.4 ମିଲିୟନରେ ପହଁଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା 380,000ରେ ପହଁଞ୍ଚିଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।

ବୁଧବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ 93 ହଜାର ନୂଆ ମାମଲା ଚିହ୍ନଟ କରିଥିବା ବେଳେ ମୃତ୍ୟୁସଂଖ୍ୟା 3,621 ରହିଥିଲା। ସେହିପରି 24 ଘଣ୍ଟାରେ 129,281 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ମୃତ୍ୟୁସଂଖ୍ୟା 4,842ରେ ପହଁଞ୍ଚିଛି। ଯାହା ଦ୍ବାରା କୋଭିଡ୍ 19ରେ ସମ୍ପୂର୍ଣ୍ଣ ମୃତ୍ୟୁହାର 382,867କୁ ବଢିଯାଇଛି।

ଜନ୍ ହପକିନ୍ସ ୟୁନିଭରସିଟି (ଜେଏଚୟୁ) ର ସେଣ୍ଟର ଫର ସିଷ୍ଟମ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ଅନୁଯାୟୀ, ଆମେରିକାରେ କୋଭିଡ୍ 19 ମାମଲାର ସର୍ବଶେଷ ସଂଖ୍ୟା 01,861,966 ରେ ପହଞ୍ଚିଛି, ଯେଉଁଥିରେ 107,685 ମୃତ୍ୟୁ ଘଟିଛି।

ସେହିପରି ସ୍ପେନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୈନିକ ମୃତ୍ୟୁସଂଖ୍ୟା ଯୋଗାଇବା ବନ୍ଦ କରିଦେଇଛି। କିନ୍ତୁ ମୋଟ 27,133 ଜଣ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଚିହ୍ନଟ ପଜିଟିଭ୍ ମାମଲାଗୁଡ଼ିକ 195,6 କୁ ବୃଦ୍ଧି ପାଇ 240,660 ରେ ପହଞ୍ଚିଛି।

ୟୁରୋପରେ ମୃତ୍ୟୁସଂଖ୍ୟା 182,308 ରେକର୍ଡ କରାଯିବା ସହ 2.2 ମିଲିୟନ ପଜିଟିଭ୍ ମାମଲା ରହିଛି। ସେହିପରି ଆଫ୍ରିକାରେ 115,639 ମାମଲା ଓ 2,858 ମୃତ୍ୟୁସଂଖ୍ୟା ରହିଛି।

ସେହିପରି ଇଂଲଣ୍ଡରେ ଜୁନ୍ 15 ରୁ ବସ୍, ଟ୍ରେନ୍, ବିମାନ ଏବଂ ରାସ୍ତା ଘାଟରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଫେସ ମାସ୍କ ବାଧ୍ୟତାମୂଳକ ହେବ। ସାଧାରଣ ପରିବହନ ବ୍ୟବହାର ଆରମ୍ଭ ହେବା ପରଠୁ ଏହି ସମସ୍ତ ଦିଗ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.