ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏହାର ମୁକାବିଲା ପାଇଁ ଲଗାତାର ଚାଲିଛି ଟେଷ୍ଟିଂ ପ୍ରକ୍ରିୟା । ଅଧିକରୁ ଅଧିକ ଟେଷ୍ଟିଂ କରିବା ଦ୍ବାରା ପ୍ରକୃତ କୋରୋନା ଚିହ୍ନଟ ହୋଇପାରୁଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାରରେ ପହଞ୍ଚିଛି ।
ଆଇସିଏମଆର ମୁତାବକ ଶନିବାର ରାତି 9 ସୁଦ୍ଧା 1 ଲକ୍ଷ 79 ହଜାର 374ଟି ରକ୍ତ ନମୂନା ମଧ୍ୟରୁ 1ଲକ୍ଷ 64 ହଜାର 773ଟି ଟେଷ୍ଟିଂ କରାଯାଇଛି । ଏହି 17,143 ରକ୍ତ ନମୂନା ପକ୍ଷରୁ 600 କୋରୋନା ପଜିଟିଭ ମିଳିଛି ।