ETV Bharat / bharat

କୋରୋନା ଡର: ଡେରାଡୁନରେ 48 ଘଣ୍ଟିଆ ଲକଡାଉନ

ଉତ୍ତରାଖଣ୍ଡରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଡେରାଡୁନରେ 2ଦିନ ଲକଡାଉନ ଘୋଷଣା କରାଯାଇଛି ।

author img

By

Published : Jun 20, 2020, 4:39 PM IST

_lockdown
ଡେରାଡୁନରେ 2 ଦିନ ଲକଡାଉନ ଲାଗୁ

ଡେରାଡୁନ: ଉତ୍ତରାଖଣ୍ଡରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଡେରାଡୁନରେ 2ଦିନ ଲକଡାଉନ ଘୋଷଣା କରାଯାଇଛି । ଏନେଇ ଶନିବାର ଡେରାଡୁନ ଏସପି ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରୁ ଲକଡାଉନ ଲାଗୁ ହୋଇଥିବା ବେଳେ ସୋମବାର ସକାଳ 7ଟାରେ ଲକଡାଉନ ହଟିବ ।

ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ସହ ଅନ୍ୟ ସମସ୍ତ ଦୋକୀାନ ବନ୍ଦ ରହିବ ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଉତ୍ତରାଖଣ୍ଡରେ ବର୍ତ୍ତମାନ 2177 କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 718 ଆକ୍ଟିଭ, 1433 ସୁସ୍ଥ ଏବଂ 26 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.