ETV Bharat / bharat

11 ଶହ ଲୋକଙ୍କୁ ନେଇ ହେବ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ

ଆସନ୍ତା ସପ୍ତାହରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଭାରତର ପ୍ରଥମ ସ୍ୱଦେଶୀ କୋରୋନା ଭାଇରସ ଟିକା କୋଭାକ୍ସିନର ମାନବ ପରୀକ୍ଷା ଆରମ୍ଭ କରିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

author img

By

Published : Jul 7, 2020, 10:59 AM IST

ଖୁବଶୀଘ୍ର ଭାରତର ପ୍ରଥମ ସ୍ବଦେଶୀ ଟିକାର ଆରମ୍ଭ ହେବ ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: ସାରା ବିଶ୍ବର କୋରୋନା ଟିକା ବାହାର କରିବା ଦିଗରେ ଲାଗିପଡିଛନ୍ତି । ଭାରତର 2ଟି ଟିକାରୁ ହ୍ୟୁମାନ ଟ୍ରାଏଲ ପାଇଁ ପରୀକ୍ଷଣ କରିବାକୁ ଅନୁମତି ମିଳିସାରିଛି । ପରୀକ୍ଷଣ ପାଇଁ ଆସନ୍ତା 13 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପଞ୍ଜିକରଣ ।

ଭାରତ ବାୟୋଟେକ ଓ ଆଇଏମସିଆର ମିଳିତ ପ୍ରୟାସରେ ପ୍ରସ୍ତୁତ କୋଭାକ୍ସିନ ଭ୍ୟାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଏଥିପାଇଁ ଦେଶର ପ୍ରାୟ ଟିକା ପରୀକ୍ଷଣରେ ଭାଗ ନେବେ ପ୍ରାୟ ୧୧ ଶହ ଲୋକ ।

ଦେଶର ବିଭିନ୍ନ ସ୍ଥାନର 11ଶହରୁ ଅଧିକ ପଞ୍ଜିକରଣ କରିବେ ଆଶା କରାଯାଉଛି । ଆସନ୍ତା ସପ୍ତାହରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ପରୀକ୍ଷଣରେ ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତି ଜୁଲାଇ ୧୩ରେ ପଞ୍ଜୀକରଣ କରିପାରିବେ ।

ପ୍ରଥମ ପର୍ଯ୍ୟାୟରେ 375 ଜଣଙ୍କୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 750 ଜଣଙ୍କ ପରୀକ୍ଷା କରାଯିବ । ସେମାନଙ୍କୁ ୧୨୫ ଜଣିଆ ୩ଟି ଦଳରେ ଭାଗ କରାଯାଇ ୧୪ ଦିନ ଅନ୍ତରରେ ଗୋଟିଏ ଲେଖାଏଁ ଭ୍ୟାକ୍ସିନ ଓ କଣ୍ଟ୍ରୋଲ ଭ୍ୟାକ୍ସିନ ଦିଆଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ସନ୍ତୋଷଜନକ ହେଲେ ଆଉ ୭୫୦ ଜଣଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ ।

ଦେଶର ୧୨ଟି ହସ୍ପିଟାଲରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମେନ ଟ୍ରାଏଲ ହେବାକୁ ଥିବା ବେଳେ, ଏଯାଏଁ ସେଥିରୁ ୫ଟି ହସ୍ପିଟାଲ ଏଥିକ୍ସ କମିଟିର ଅନୁମତି ମିଳିଛି । ତେବେ କୋଭାକ୍ସିନ ଟିକାର ଏହି ପରୀକ୍ଷଣ ଅବଧି ପ୍ରାୟ ୧ ବର୍ଷ ୩ ମାସ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.