ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 90.23 ପ୍ରତିଶତକୁ ବୃଦ୍ଧି

author img

By

Published : Oct 26, 2020, 1:49 PM IST

କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା 71 ଲକ୍ଷ 37 ହଜାରରୁ ଅଧିକ ଲୋକ ସୁସ୍ଥ ସହିତ ଦେଶରେ ସୁସ୍ଥହାର 90.23 ପ୍ରତିଶତରେ ପହଞ୍ଚିଛି । ଅଧିକ ପଢନ୍ତୁ...

Country's COVID-19 recovery rate reaches 90.23 per cent
ଦେଶରେ କୋଭିଡ୍ ସୁସ୍ଥ ହାର 90.23 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା 71 ଲକ୍ଷ 37 ହଜାରରୁ ଅଧିକ ଲୋକ ସୁସ୍ଥ ସହିତ ଦେଶରେ ସୁସ୍ଥହାର 90.23 ପ୍ରତିଶତରେ ପହଞ୍ଚିଛି, ଯାହା ସକ୍ରିୟ ମାମଲା ତୁଳନାରେ ପ୍ରାୟ 11 ଗୁଣ ଅଧିକ ରହିଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 60 ହଜାର ରୋଗୀ ସୁସ୍ଥ ହୋଇଥିବାବେଳେ ୪୫ ହଜାର ୧୪୯ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେବେ ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଏବେବି ଚିନ୍ତାଜନକ ସ୍ଥିତିରେ ରହିଛି । ଆଜି ସୁଦ୍ଧା ଦେଶରେ କୋରୋନା ଜନିତ ଆରୋଗ୍ୟ ହାର ୯୦.୨୩ ପ୍ରତିଶତ ରହିଥିବା ବେଳେ ସକ୍ରିୟ ସଂକ୍ରମଣ ହାର ୮.୨୬ ପ୍ରତିଶତ ଓ ମୃତ୍ୟୁ ହାର ୧.୫୦ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସିତଙ୍କ ସଂଖ୍ୟାରେ ୧୪ ହଜାର ୪୩୭ ହ୍ରାସ ପାଇବା ଫଳରେ ଏହି ସଂଖ୍ୟା ୬ ଲକ୍ଷ ୫୩ ହଜାର ୭୧୭ ରହିଛି। ସେହିପରି ୫୯ ହଜାର ୧୦୫ଜଣ ସୁସ୍ଥ ହେବା ପରେ କୋରୋନା ଜନିତ ମୋଟ ସୁସ୍ଥ ସଂଖ୍ୟା ୭୧ ଲକ୍ଷ ୩୭ ହଜାର ୨୨୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ ୪୮୦ ଜଣଙ୍କ କୋରୋନା ଜନିତ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪କୁ ବୃଦ୍ଧି ପାଇଛି ।

ଦେଶରେ କୋରୋନା ନମୁନା ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କାଲି ଗୋଟିଏ ଦିନରେ ଦେଶରେ ଥିବା ବିଭିନ୍ନ ପରୀକ୍ଷାଗାରରେ ୯ ଲକ୍ଷ ୩୯ ହଜାର ୩୦୯ଟି ନମୁନା ପରୀକ୍ଷା ହେବା ପରେ ଆଜି ସୁଦ୍ଧା ମୋଟ ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇଁ ୧୦ କୋଟି ୩୪ ଲକ୍ଷ ୬୨ ହଜାର ୭୭୮ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.