ETV Bharat / bharat

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୯ ହଜାରରୁ ଉର୍ଦ୍ଧ୍ବ, ସୁସ୍ଥହାର ୯୨.୪୯%କୁ ବୃଦ୍ଧି

author img

By

Published : Nov 8, 2020, 12:08 PM IST

କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ଗତ 24 ଘଣ୍ଟା ମଧ୍ୟରେ 49 ହଜାରରୁ ଅଧିକ କୋଭିଡ୍ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 92.49 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

Country's COVID-19 recovery rate improves to 92.49 per cent
୨୪ ଘଣ୍ଟାରେ ସୁସ୍ଥ ହେଲେ ୪୯ ହଜାରରୁ ଉର୍ଦ୍ଧ୍ବ, ସୁସ୍ଥହାର ୯୨.୪୯%କୁ ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା 78 ଲକ୍ଷ 68 ହଜାରରୁ ଅଧିକ ଲୋକ ସୁସ୍ଥ ସହିତ ଭାରତ ସର୍ବାଧିକ ସୁସ୍ଥହାରରେ ସର୍ବଭାରତୀୟ ସ୍ତରରେ ସ୍ଥାନ ଅଧିକାର କରିଚାଲିଛି। ଗତ 24 ଘଣ୍ଟା ମଧ୍ୟରେ 49 ହଜାରରୁ ଅଧିକ କୋଭିଡ୍ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 92.49 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ସୁସ୍ଥ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ସୁସ୍ଥହାରର କ୍ରମାଗତ ବୃଦ୍ଧି ନିଶ୍ଚିତ କରିଛି ଯେ ଦେଶର ସକ୍ରିୟ ମାମଲା ହ୍ରାସ ପାଇଛି ଏବଂ ବର୍ତ୍ତମାନ ମୋଟ ସକ୍ରିୟ ମାମଲା ମାତ୍ର 6.03 ପ୍ରତିଶତ ରହିଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 5 ଲକ୍ଷ 12 ହଜାର ରହିଛି । ଗତ 24 ଘଣ୍ଟା ମଧ୍ୟରେ, ଦେଶରେ 45, 674ଟି ନୂତନ ମାମଲା ଚିହ୍ନଟ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ପଜିଟିଭ୍ ମାମଲା 85 ଲକ୍ଷରୁ ଅଧିକ ହୋଇଥିବାର ରିପୋର୍ଟ ହୋଇଛି। ବର୍ତ୍ତମାନ ଭାରତର ମୃତ୍ୟୁହାର 1.48 ପ୍ରତିଶତ ରହିଛି, ଯାହା ବିଶ୍ବବ୍ୟାପୀ ସର୍ବନିମ୍ନ ଅଟେ । ଗତ 24 ଘଣ୍ଟା ମଧ୍ୟରେ 559 ଜଣଙ୍କର ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 26 ହଜାର 121ରେ ପହଞ୍ଚିଥିବା ଜଣାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 11 ଲକ୍ଷ 94 ହଜାରରୁ ଅଧିକ ପରୀକ୍ଷା କରାଯାଇଥିଲା। ଏପର୍ଯ୍ୟନ୍ତ ପରୀକ୍ଷିତ ମୋଟ ନମୁନା ସଂଖ୍ୟା 11 କୋଟି 77 ଲକ୍ଷରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.