ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 88 ପ୍ରତିଶତକୁ ବୃଦ୍ଧି

author img

By

Published : Oct 18, 2020, 8:22 PM IST

କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ଗତ 24 ଘଣ୍ଟା ମଧ୍ୟରେ 72 ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇ ଦେଶରେ ସୁସ୍ଥହାର 88 ପ୍ରତିଶତ ଅତିକ୍ରମ କରିଛି । ଅଧିକ ପଢନ୍ତୁ...

Country's COVID-19 recovery rate crosses 88 per cent
ଦେଶରେ କୋଭିଡ୍ ସୁସ୍ଥ ହାର 88 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା 65 ଲକ୍ଷ 97 ହଜାରରୁ ଅଧିକ ଲୋକ ସୁସ୍ଥ ସହିତ ଭାରତ ସର୍ବାଧିକ ସୁସ୍ଥହାରରେ ସର୍ବଭାରତୀୟ ସ୍ତରରେ ସ୍ଥାନ ଅଧିକାର କରିଚାଲିଛି। ଗତ 24 ଘଣ୍ଟା ମଧ୍ୟରେ, 72 ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇ ଦେଶରେ ସୁସ୍ଥହାର 88 ପ୍ରତିଶତ ଅତିକ୍ରମ କରିଛି । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 7 ଲକ୍ଷ 83 ହଜାର ଏବଂ ମୃତ୍ୟୁ ହାର ହ୍ରାସ ପାଇ 1.52 ପ୍ରତିଶତରେ ରହିଛି, ଯାହା ବିଶ୍ବ ସ୍ତରରେ ସର୍ବନିମ୍ନ ଅଟେ।

କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସୁସ୍ଥହାର ସୁନିଶ୍ଚିତ କରୁଛି ଯେ ଦେଶର ପ୍ରକୃତ ସକ୍ରିୟ ମାମଲା କ୍ରମାଗତ ହ୍ରାସ ପାଉଛି । ବର୍ତ୍ତମାନ ସମୁଦାୟ ସକ୍ରିୟ ମାମଲା 10.45 ପ୍ରତିଶତରେ ରହିଛି । ତେବେ ବ୍ୟାପକ ପରୀକ୍ଷା ସୁବିଧା, ସରକାରୀ ଓ ବେସରକାରୀ ଲ୍ୟାବ ସୁସ୍ଥ ହାରକୁ ବୃଦ୍ଧି କରିବା ସହିତ ମୃତ୍ୟୁହାର କମ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରଣାଳୟ କହିଛି । ଗତ 24 ଘଣ୍ଟା ମଧ୍ୟରେ, 1 ହଜାର 33 ଜଣଙ୍କର ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 14 ହଜାର 31 ରେ ପହଞ୍ଚିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 9 ଲକ୍ଷ 70 ହଜାରରୁ ଅଧିକ ପରୀକ୍ଷା କରାଯାଇ ଏପର୍ଯ୍ୟନ୍ତ ପରୀକ୍ଷିତ ମୋଟ ନମୁନା ସଂଖ୍ୟା 9 କୋଟି 42 ଲକ୍ଷରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.