କୋଲକାତା: ପଶ୍ଚିମଙ୍ଗର ଆର୍ମି ଡାକ୍ତର କୋରୋନା ପଜିଟିଭ । ନିକଟରେ ସେ ଦିଲ୍ଲୀରୁ ଘରକୁ ଫେରିଥିଲେ । ପୂର୍ବରୁ କ୍ୱାରେଣ୍ଟାଇନରେ ମଧ୍ୟ ରହିଥିଲେ । କିନ୍ତୁ ରକ୍ତ ନମୁନା ପରୀକ୍ଷାରେ ତାଙ୍କର ପଜିଟିଭ ଆସୁଥିଲା । ଅନ୍ୟପଟେ ସେନାର ଜଣେ ଯବାନ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଯବାନ ଜଣକ ଡେରାଡୁନ ସେନା ବେସରେ ଥିଲେ । ଏହି ସମୟରେ କ୍ବାରେଣ୍ଟାଇନରେ ଥିବା ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ବର୍ତ୍ତମାନ ଦୁଇ ଜଣଙ୍କ ଚିକିତ୍ସା ଆରମ୍ଭ ହୋଇଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ପୂର୍ବ କିଛି ସପ୍ତାହ ତଳେ ଲେହରେ ଥିବା ଜଣେ ଯବାନ କୋରୋନା ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା ।
@ANI