ETV Bharat / bharat

ମଲ, ହଲ ବନ୍ଦ ନେଇ ମେଳ ଖାଉନି ‘ମହା’ ସିଏମ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ - କୋରୋନା ଭୟ

ମହାରାଷ୍ଟ୍ରର ପାଞ୍ଚଟି ପ୍ରମୁଖ ସହରରେ ସପିଂ ମଲ୍, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଉଦ୍ଧବ ସରକାର । ଏହି ସହରଗୁଡ଼ିକରେ ମୁମ୍ବାଇ, ନାଭି ମୁମ୍ବାଇ, ପୁଣେ, ପିମ୍ପ୍ରି, ଚିଞ୍ଚୱାଡ ଏବଂ ନାଗପୁର ଅନ୍ତର୍ଭୁକ୍ତ ରହିଛନ୍ତି । ମାତ୍ର ସ୍ବାସ୍ଥ୍ୟମନ୍ତ୍ରୀ ମଲ, ହଲ ଖୋଲା ରହିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 13, 2020, 7:52 PM IST

ମୁମ୍ବାଇ: ମହାମାରୀ କୋରୋନା ଭାଇରସ ଏବ ବିଶ୍ବ ପାଇଁ ବଡ ସଙ୍କଟ ସାଜିଛି । ବିଶ୍ବର 125ଟି ରାଷ୍ଟ୍ର ଏବେ କୋରୋନା ଗ୍ରାସରେ । ଏବେ ଭାରତରେ କୋରୋନା ଆକ୍ରାନ୍ତ, ସନ୍ଦିଗ୍ଧ ଓ ସଂକ୍ରମିତ ରିପୋର୍ଟ ବୃଦ୍ଧି ପାଇବାରେ ଲାଗିଛି । କୋରୋନା ଭୟାଭୟତାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିସ୍ଥଳେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ ମଧ୍ଯରେ ତାଳମେଳ ନରହିବା ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରର ପାଞ୍ଚ ପ୍ରମୁଖ ସହରରେ ମଲ୍, ପବ୍, ସିନେମା ହଲ ବନ୍ଦ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏବେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମଲ ଓ ସିନେମା ହଲ ଖୋଲା ରହିବ ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ରାଜ୍ୟର ପାଞ୍ଚଟି ପ୍ରମୁଖ ସହରରେ ସପିଂ ମଲ୍, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଉଦ୍ଧବ ସରକାର । ଏହି ସହରଗୁଡ଼ିକରେ ମୁମ୍ବାଇ, ନାଭି ମୁମ୍ବାଇ, ପୁଣେ, ପିମ୍ପ୍ରି, ଚିଞ୍ଚୱାଡ ଏବଂ ନାଗପୁର ଅନ୍ତର୍ଭୁକ୍ତ ରହିଛନ୍ତି । ଶୁକ୍ରବାର ଠାରୁ ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନିର୍ଦ୍ଦେଶ ଦେଇଥିଲେ ମହାରାଷ୍ଟ୍ର ସରକାର । ଏହାସହ ରାଜ୍ୟ ବିଧାନସଭାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ କମ୍ପାନୀମାନେ ଯଥା ସମ୍ଭବ କୋରୋନା ଭାଇରସ ବିପଦକୁ ଦୃଷ୍ଟିରେ ରଖି ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ଅନୁମତି ଦିଅନ୍ତୁ ।

ମାତ୍ର ମୁଖ୍ୟମନ୍ତ୍ରୀ ବୟାନ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ମୁମ୍ବାଇ, ପୁଣେ, ନାଗପୁର, ନାଭି ମୁମ୍ବାଇ ଏବଂ ପିମ୍ପ୍ରି-ଚିଞ୍ଚୱାଡ ଜିଲ୍ଲାରେ ମଲ୍ ଏବଂ ହଲ ଖୋଲା ରହିବ।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ 1.5 ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ଏଥିସହ କୋରୋନାରେ 4586ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି । ଭାରତରେ 81 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବ ବେଳେ ଦେଶରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.