ETV Bharat / bharat

ପ୍ରତ୍ୟେକ ଘର ହେବ ସ୍କୁଲ, ଅଭିଭାବକ ପାଲଟିବେ ଶିକ୍ଷକ: ମନୀଷ ସିସୋଦିଆ

author img

By

Published : Apr 13, 2020, 4:34 PM IST

ଦିଲ୍ଲୀ ସରକାର ସ୍କୁଲ ପିଲାଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି‘Every Home a School, Every Parent a Teacher’ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

delhi govt
ପ୍ରତ୍ୟେକ ଘର ହେବ ସ୍କୁଲ ଅଭିଭାବକ ପାଲଟିବେ ଶିକ୍ଷକ

ନୂଆଦିଲ୍ଲୀ:କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ଦିଲ୍ଲୀ ସରକାର ସ୍କୁଲ ପିଲାଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି‘Every Home a School, Every Parent a Teacher’ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, କୋରୋନା ଭାଇରସ କାରଣରୁ ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଯାଇଛି ପ୍ରତ୍ୟେକ ଘର ସ୍କୁଲ ଏବଂ ପ୍ରତି ଅଭିଭାବକ ଶିକ୍ଷକ ଭୂମିକା ପାଳନ କରନ୍ତୁ ।

ଏଥିସହ ସେ କହିଛନ୍ତି, ରବିବାର ଠାରୁ ରାଜ୍ୟର 8 ଲକ୍ଷ ଛାତ୍ରଛାତ୍ରୀଙ୍କ ଘରେ ଖୁସିର ମାହୋଲ ଏବଂ ମିଶନ ବୁନିୟାଦ ସାମିଲ ହେବ । ତେବେ ଘରେ ରହି ପିଲା ମଧ୍ୟରେ ଚିଡା ପଣ ବୃଦ୍ଧି ପାଇଛି । ଏଭଳି ସମୟରେ ସେମାନଙ୍କ ଗତିବିଧି ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ ।

ଏଥିସହ ସେ କହିଛନ୍ତି, ଏଣିକି ପ୍ରତ୍ୟେକ ଦିନ ଅଭିଭାବକଙ୍କ ଦ୍ବାରା ସେମାନଙ୍କ ଘରେ ଖୁସିର ମାହୋଲ ଆୟୋଜିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.