ETV Bharat / bharat

ଲକଡାଉନ 4.0ରେ ଖୋଲିବ ଗୁଟଖା ଦୋକାନ

ମାତ୍ର ପୂର୍ବ ଲକଡାଉନ ପରି ଏହି ଲକଡାଉନରେ ମଧ୍ୟ ସମାନ ପ୍ରତିବନ୍ଧକ ଜାରି ରହିବ । କିନ୍ତୁ କିଛି ଦୋକାନଗୁଡିକୁ ସାମାନ୍ୟ ଛାଡ ଦିଆଯାଇଛି । ଲକଡାଉନ୍ 4.0ରେ ବହୁ ଜିନିଷ ଖୋଲିବାକୁ ଥିବାବେଳେ ପାନ, ବିଡି ଏବଂ ସିଗାରେଟ୍ ଦୋକାନ ମଧ୍ୟ ଖୋଲିବ ।

an masala shop
ଲକଡାଉନ 4.0ରେ ଖୋଲିବ ଗୁଟଖା ଦୋକାନ
author img

By

Published : May 18, 2020, 12:11 PM IST

ନୂଆଦିଲ୍ଲୀ: ଆଜି ଲକଡାଉନ 4.0ର ପ୍ରଥମ ଦିନ । ମାତ୍ର ପୂର୍ବ ଲକଡାଉନ ପରି ଏହି ଲକଡାଉନରେ ମଧ୍ୟ ସମାନ ପ୍ରତିବନ୍ଧକ ଜାରି ରହିବ । କିନ୍ତୁ ଦୋକାନଗୁଡିକୁ ସାମାନ୍ୟ ଛାଡ ଦିଆଯାଇଛି । ତେବେ ରାଜ୍ୟମାନଙ୍କୁ ଅଧିକାର ଦିଆଯାଇଛି ଯେ ସେମାନେ କଣ୍ଟେନମେଣ୍ଟ ଜୋନ୍ ବାହାରେ କେଉଁ ଦୋକାନ ଖୋଲିବେ ଏବଂ କେଉଁ ଦୋକାନ ବନ୍ଦ ରଖିବେ ତାହା ସ୍ଥିର କରିବେ ।

ଲକଡାଉନ୍ 4.0ରେ ବହୁ ଦୋକାନ ଖୋଲିବାକୁ ଥିବାବେଳେ ପାନ, ବିଡି ଏବଂ ସିଗାରେଟ୍ ଦୋକାନ ମଧ୍ୟ ଖୋଲିବ । କିନ୍ତୁ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବାକୁ ଅନୁମତି ଦିଆଯିବ ନାହିଁ । ଦୋକାନ ଗୁଡିକରେ ସାମାଜିକ ଦୂରତା ପାଳନ କରାଯିବ ଏବଂ ଦୋକାନରେ ଗୋଟିଏ ସମୟରେ 5 ରୁ ଅଧିକ ଲୋକ ରହିବେ ନାହିଁ ।

ଏପଟେ ମିଠା ଦୋକାନ ଖୋଲିବା ନିଷ୍ପତ୍ତି ରାଜ୍ୟ ଉରେ ଛାଡି ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ନିଷ୍ପତ୍ତି ନେବ କି ରାଜ୍ୟରେ କେଉଁ ଦୋକାନ ଖୋଲିବ ଏବଂ କେଉଁଟି ବନ୍ଦ ହେବ । ଏହା ଉପରେ ଦିଲ୍ଲୀ ସରକାର ଆଜି ନିଷ୍ପତ୍ତି ନେବେ ।

ପ୍ରକାଶ ଥାଉକି, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଯାତ୍ରୀବାହୀ ଯାନ ଏବଂ ବସ୍ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏହା ଉଭୟ ରାଜ୍ୟର ସହମତି ଅନୁଯାୟୀ ଚଳାଚଳ କରିବ । ମାତ୍ର ହୋଟେଲ, ଧାର୍ମିକ ସ୍ଥଳ ଏବଂ ସମସ୍ତ ବିଦ୍ୟାଳୟକୁ ମେ 31 ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ବିବାହଉତ୍ସବରେ 50 ରୁ ଅଧିକ ଲୋକ ରହିପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.