ETV Bharat / bharat

କୋରୋନା ପାଇଁ ଅଲଗା ହସ୍ପିଟାଲ ୱାର୍ଡ ଦାବି କଲେ କିନ୍ନର ସଂଘ - lgbt-community

ଏଲଜିବିଟି କମ୍ୟୁନିଟି ସେମାନଙ୍କ ସଂଘର କୋରୋନା ରୋଗୀଙ୍କ ପାଇଁ ଏକ ଅଲଗା ୱାର୍ଡ କରିବାକୁ ଦାବି କରିଛନ୍ତି । ସାଧାରଣ ରୋଗୀଙ୍କ ଅପେକ୍ଷା ସେମାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଅଧିକ ଖବର ପଢନ୍ତୁ...

lgbt-community
କୋରୋନା ପାଇଁ ଅଲଗା ହସ୍ପିଟାଲ ୱାର୍ଡ ଦାବି କଲେ ଏଲଜିବିଟି କମ୍ୟୁନିଟି
author img

By

Published : Mar 18, 2020, 1:24 PM IST

ପଶ୍ଚିମବଙ୍ଗ: ଦିନକୁ ଦିନ ସାରା ଦେଶରେ ବଢି ଚାଲିଛି କୋରୋନା ରୋଗୀଙ୍କ ସଂଖ୍ୟା । ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏଥିରୁ ନିଜକୁ ବାଦ ପଡିଥିବା ଓ ଅବହେଳା ମନେ କରୁଛନ୍ତି ପଶ୍ଚିମବଙ୍ଗର କିନ୍ନର ସଂଘ । ତେବେ ଏଲଜିବିଟି କମ୍ୟୁନିଟି ସେମାନଙ୍କ ସଂଘର କୋରୋନା ରୋଗୀଙ୍କ ପାଇଁ ଏକ ଅଲଗା ୱାର୍ଡ କରିବାକୁ ଦାବି କରିଛନ୍ତି ।

କୋଲକାତାର ଯୁବ କିନ୍ନର ବାପାଦୀୟା ମୁର୍ଖାଜୀଙ୍କ କହିବା ଅନୁସାରେ, ସମଲିଙ୍ଗୀ,ଗେ,ବାଇସେକ୍କୁଆଲ ଓ ଟ୍ରାନ୍ସଜେଣ୍ଡର କୋଭିଡ୍-19 ଦ୍ବାରା ସଂକ୍ରମିତ ପୁରୁଷ ଓ ମହିଳାଙ୍କ ଭିନ୍ନ ଆଇସୋଲେସନ ୱାର୍ଡ ରହିବା ଦରକାର । ଯଦି କୌଣସି ଏଲଜିବିଟି ବ୍ୟକ୍ତିଙ୍କ ପାଖରେ କୋରୋନା ଭାଇରସର ଲକ୍ଷଣ ଦେଖାଯାଉଛି ତାଙ୍କୁ ସେ ସମୟରେ ବାଧ୍ୟ ହୋଇ ପୁରୁଷ ବା ମହିଳା ୱାର୍ଡକୁ ସ୍ଥାନାନ୍ତର କରାଯାଉଛି । ଯେଉଁଠି ଅନ୍ୟ ରୋଗୀଙ୍କ ଅପେକ୍ଷା ଜଣେ ଏଲଜିବିଟି ବ୍ୟକ୍ତିଙ୍କୁ ଅବହେଳା କରାଯାଉଥିବା ଦେଖିବାକୁ ମିଳୁଛି ।

କିନ୍ନର ମାନେ ବର୍ତ୍ତମାନ ସମୟରେ ସମାଜରେ ବିପଦପୂର୍ଣ୍ଣ ଅବସ୍ତାରେ ରହିଛନ୍ତି ବୋଲି ପୂର୍ବତନ କିନ୍ନର ସଂଘର ବୋର୍ଡ ସଭାପତି ରଞ୍ଜିତା ସିହ୍ନା କହିଛନ୍ତି । ଏନେଇ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ତେବେ କିନ୍ନର ମାନେ ବି ଜଣେ ଜଣେ ମଣିଷ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.