ETV Bharat / bharat

ମାର୍ଚ୍ଚ 4 ସୁଦ୍ଧା ମୁମ୍ବାଇ ବିମାନବନ୍ଦରରେ 66,977 ଯାତ୍ରୀଙ୍କର ସ୍କ୍ରିନିଂ

ମାର୍ଚ୍ଚ 4 ସୁଦ୍ଧା ମୁମ୍ବାଇର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ 563 ବିମାନର 66,977 ଯାତ୍ରୀଙ୍କର ସ୍କ୍ରିନିଂ ହୋଇଥିବା ଜଣାପଡିଛି । କୋରୋନା ପ୍ରଭାବିତ ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଛି । ଅଧିକ ପଢନ୍ତୁ...

coronavirus
କୋରୋନା ଭାଇରସ
author img

By

Published : Mar 5, 2020, 3:13 PM IST

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏବେ ସୁଦ୍ଧା ଭାରତରେ 29ଟି କୋରୋନା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 3 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦିନକୁ ଦିନ ଏହି ସଂକ୍ରମଣ ବଢିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ 4 ସୁଦ୍ଧା ମୁମ୍ବାଇର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ 563 ବିମାନର 66,977 ଯାତ୍ରୀଙ୍କର ସ୍କ୍ରିନିଂ ହୋଇଥିବା ଜଣାପଡିଛି ।

କୋରୋନା ପ୍ରଭାବିତ ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଛି । ମହାରାଷ୍ଟ୍ରରେ ଏବେ ସୁଦ୍ଧା 454 ଜଣ ଯାତ୍ରୀ କୋରୋନା ପ୍ରଭାବିତ ଅଞ୍ଚଳରୁ ଆସିଛନ୍ତି । ସମସ୍ତଙ୍କୁ ପର୍ଯ୍ୟାବେକ୍ଷଣ ପାଇଁ କ୍ୟାମ୍ପ ପଠାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 293 ଯାତ୍ରୀ ଘରକୁ ଫେରିଛନ୍ତି ।

ଜାନୁୟାରୀ 18ରୁ ଆଜି ପର୍ଯ୍ୟନ୍ତ 167 ରୋଗାଗ୍ରସ୍ତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ଭିନ୍ନ ଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ 161 ଜଣଙ୍କ ରିପୋର୍ଟ ନକରାତ୍ମକ ଥିବା ଜଣାପଡିଛି । ବଳକା 6 ଜଣଙ୍କ ରିପୋର୍ଟ ଏବେ ସୁଦ୍ଧା ଆସିନାହିଁ ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ଚୀନର ଉହାନ ସହରରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ପୃଥକ ଭାବରେ ରଖି କୋରୋନା ପରୀକ୍ଷଣ କରାଯାଉଛି । କୋରୋନା ପ୍ରଭାବିତ ଅନ୍ୟ ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ 2 ସପ୍ତାହ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କେନ୍ଦ୍ରକୁ ପଠାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.