ଥିରୁଅନନ୍ତପୁରମ: କୋରୋନା ଭୟ ବେଳେ କେରଳରେ ଦେଖିବାକୁ ମିଳିଛି ଅଜବ ଅସୁବିଧା। ଯେଉଁଥିପାଇଁ ବିବାହ ହେବା ପୂର୍ବରୁ ଅଧାରେ ରହିଗଲା ବାହାଘର। କୋରୋନା ଭାଇରସ ଗୋଟିଏ ପରେ ଜୀବନ ନେଉଥିବା ବେଳେ ଚୀନ ଫେରନ୍ତାଙ୍କୁ ଦେଖିଲେ ଆପେ ଜ୍ବର ପଳେଇ ଆସୁଛି।
ବର୍ତ୍ତମାନ କୋରୋନା ଭାଇରସର ପାର୍ଦୁଭାବ ନେଇ ଚୀନ ଫେରନ୍ତା ଲୋକଙ୍କୁ ସ୍ପୋସାଲ ଅବସର୍ଭେସନରେ ରଖାଯାଉଛି। ଏହି କାରଣରୁ ଦୁଇ ସପ୍ତାହ ତଳେ ଚୀନରେ ଫେରିଥିବା ଜଣେ ଯୁବକଙ୍କ ବିବାହ ସ୍ବାସ୍ଥ୍ୟବିଭାଗ ଘୁଞ୍ଚାଇ ଦେବା ସହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏପରି ଘଟଣା କେରଳର କାଣ୍ଡାନଗୋଡା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି।
ସ୍ବାସ୍ଥ୍ୟବିଭାଗ ଚୀନ ଫେରନ୍ତା ଏହି ଯୁବକଙ୍କ ବିବାହ 3 ତାରିଖରେ ଜାଣିବା ପରେ ତାଙ୍କ ସହ ଯୋଗାଯୋଗ କରିବା ସହ ବିବାହକୁ ଘୁଞ୍ଚାଇଥିଲେ। ଯୁବକ ଜଣକ କୋରୋନାର ଉତ୍ପତିସ୍ଥଳ ଉହାନ ପ୍ରଦେଶରୁ 15 ହଜାର କିଲୋମିଟର ଦୂରରେ କାମ କରୁଥିବା ପରିବାର ଲୋକେ ଜଣାଇଛନ୍ତି।
ସମଗ୍ର ଚୀନରେ କୋରୋନା ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ମୋଟ 492 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ 24,000 ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଛି ।