ETV Bharat / bharat

'ବିଦେଶରୁ ଆସିଥିବା ଧନୀଙ୍କ ଠାରୁ ବ୍ୟାପିଛି କୋରୋନା' - ବିଦେଶରୁ ଆସିଥିବା ଧନୀଙ୍କ ଠାରୁ ବ୍ୟାପିଛି କୋରୋନା

କୋରୋନାକୁ କେ.ପଲାନାସ୍ବାମୀଙ୍କ ଏକ ମନ୍ତବ୍ୟକୁ ନେଇ ବିରୋଧୀ କଡା ସମାଲୋଚନା କରୁଛନ୍ତି । ବିଦେଶରୁ ଆସିଥିବା ଧନୀ ବ୍ୟକ୍ତିଙ୍କ ଠାରୁ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି ବୋଲି କହିଥିଲେ କେ. ପଲନାସ୍ବାମୀ ।

'ବିଦେଶୀ ଧନୀଙ୍କ ଠାରୁ ବ୍ୟାପିଛି କୋରୋନା'
'ବିଦେଶୀ ଧନୀଙ୍କ ଠାରୁ ବ୍ୟାପିଛି କୋରୋନା'
author img

By

Published : Apr 17, 2020, 1:08 PM IST

ଚେନ୍ନାଇ: ବ୍ରେକ ହେଉନି କୋରୋନା ଚେନ କି ଦେଶରେ ଥମୁନି କୋରୋନା ଆତଙ୍କ । ସଂକ୍ରମିତଙ୍କ ସଂଖ୍ୟା 13 ହଜାର ପାର କରିଥିବାବେଳେ, 4 ଶହ ପାର କରିଛି ମୃତ୍ୟୁ ସଂଖ୍ୟା । ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ବିହାର ଭଲି ରାଜ୍ୟ କୋରୋନା ହଟସ୍ପଟ ଚିହ୍ନଟ ହୋଇଛି । ଏପରି ପରିସ୍ଥିତିରେ ମୁକାବିଲା ଜୋରଦାର ରହିଛି ।

ସେପଟେ, ବିଦେଶରୁ ଆସୁଥିବା ଧନୀ ବ୍ୟକ୍ତିଙ୍କ ଯୋଗୁ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି ଭାଇରସ ତାମିଲନାଡୁରୁ ବାହାରି ନାହିଁ ବୋଲି କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନାସ୍ବାମୀ । ଜଣେ ଗରିବଙ୍କ ଠାରେ ବସି ପାରିବ ହେଲେ ଧନୀ ବ୍ୟକ୍ତିଙ୍କ ପାଖରେ ବସିବା ବିପଦଜ୍ଜନକ ବୋଲି ସେ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପାଇଁ ବିରୋଧୀ ଏହାକୁ କଡା ସମାଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ସର୍ବାଧିକ କୋରୋନା ସଂକ୍ରମିତ ଅଞ୍ଚଳ ଭାବେ ପ୍ରଥମେ ମହାରାଷ୍ଟ୍ର ପରେ ଦିଲ୍ଲୀ ତୃତୀୟରେ ତାମିଲନାଡୁ ରହିଛି । 1442ଜଣ କୋରୋନା ସଂକ୍ରମିତ ହୋଇଥିବାବେଳେ ଏଠି 14 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.