ETV Bharat / bharat

କୋରୋନା ସଙ୍କଟ: ଦିଲ୍ଲୀରେ 500 କୋଚ ଉପଲବ୍ଧ କରାଇବ ଭାରତୀୟ ରେଲୱେ

author img

By

Published : Jun 17, 2020, 12:21 PM IST

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହା ମଧ୍ୟରେ ଦିଲ୍ଲୀକୁ ଭାରତୀୟ ରେଲୱେ ପକ୍ଷରୁ ବଡ ସାହାଯ୍ୟ ମିଳିଛି । ରେଲୱେ କୋରୋନା ରୋଗୀଙ୍କୁ ଆଇସୋଲେସନ ପାଇଁ ଦିଲ୍ଲୀରେ 500 କୋଚ୍ ଉପଲବ୍ଧ କରାଉଛି । ରେଲୱେ ପକ୍ଷରୁ ଏହି କୋରେନା ଆଇସୋଲେସନ ୱାର୍ଡକୁ ନିୟମିତ ସଫା କରାଯାଉଛି ।

railways
କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀକୁ ସାହାର୍ଯ୍ୟର ହାତ ବଢାଇଲା ରେଲୱେ

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହା ମଧ୍ୟରେ ଦିଲ୍ଲୀକୁ ଭାରତୀୟ ରେଲୱେ ପକ୍ଷରୁ ବଡ ସାହାଯ୍ୟ ମିଳିଛି । ରେଲୱେ କୋରୋନା ରୋଗୀଙ୍କ ଆଇସୋଲେସନ ପାଇଁ ଦିଲ୍ଲୀରେ 500 କୋଚ ଉପଲବ୍ଧ କରାଉଛି । ଏହି କୋଚ ଗୁଡିକୁ ନିୟମିତ ସଫା କରାଯାଉଛି ।

ତେବେ କୋରୋନା ରୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଲୱେ ଏହି କୋଚ ଗୁଡ଼ିକୁ ପ୍ରସ୍ତୁତ କରୁଛି । ତେବେ ରେଲୱେ ପ୍ରଥମେ ସମସ୍ତ କୋଚ ଗୁଡିକୁ ଡିସଇଫେକ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଏଥିସହ ରେଲୱେ ଟ୍ରେନ ବାହାର ସହ ଭିତରକୁ ମଧ୍ୟ ସାନିଟାଇଜ କରୁଛି ।

ଏହାପରେ ଲୋକଙ୍କ ଗାଧୋଇବା ସମସ୍ୟାକୁ ଦୃଷ୍ଟିରେ ରଖି ରେଲୱେ ପ୍ରତିଟି କୋଚରେ ଥିବା 4ଟି ଶୌଚାଳୟ ମଧ୍ୟରୁ 2ଟିକୁ ବାଥରୁମରେ ପରିଣତ କରିଛି । ସେଠାରେ ଗାଧୋଇବା ପାଇଁ ସମସ୍ତ ଆବଶ୍ୟକୀୟ ଜିନିଷ ରଖାଯାଇଛି ।

ଏହାପରେ ଯଦି କୌଣସି ଜିନିଷର ଖାସ୍ ଯତ୍ନ ନିଆଯାଉଛି, ତାହା ହେଉଛି ଲୋକମାନେ ପରସ୍ପର ଯୋଗାଯୋଗରେ ନ ଆସିବା । ଏଥିପାଇଁ 2ଟି ବେଡ୍ ପରେ ପ୍ଲାଷ୍ଟିକ ପରଦା ଲଗାଯାଇଛି ।

ଏପଟେ ଗୋଟିଏ ସେକ୍ସନରେ କେବଳ ଦୁଇଟି ବେଡ୍ ରହିବ ବୋଲି ରେଲୱେ ନିଷ୍ପତ୍ତି ନେଇଛି । ସେହି ଅନୁଯାୟୀ ଗୋଟିଏ ଡବାରେ କେବଳ 16 ଜଣ ରୋଗୀ ରହିବେ । କୋଚ ଗୁଡିକର ପାର୍ଶ୍ୱ ବର୍ଥ ଗୁଡିକରେ ଅକ୍ସିଜେନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ରଖାଯିବ । ମଶାମାନଙ୍କ ସମସ୍ୟାରୁ ରୋଗୀଙ୍କୁ ଦୂରେଇ ରଖିବା ପାଇଁ ସମସ୍ତ ଟ୍ରେନର ଝରକାରେ ନେଟ୍ ଲଗାଯାଇଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 44688 କୋରୋନା ଆକ୍ରାନ୍ତ ଥିବାବେଳେ 1837 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.