ETV Bharat / bharat

କୋରୋନା ମୁକାବିଲା ପାଇଁ ସରକାରଙ୍କୁ 10 ଲକ୍ଷ କୋଟିର କ୍ଷତି ସହିବାକୁ ପଡିବ, ବିଶେଷଜ୍ଞଙ୍କ ମତ - covid 19

ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ଅର୍ଥନୀତି ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ କହିଛନ୍ତି ଯେ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ବ୍ୟାଘାତକୁ ମୁକାବିଲା କରିବା ପାଇଁ ସରକାରଙ୍କୁ 10 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

Coronavirus crisis
ଜୀବିକା ହରାଇଥିବା ଲୋକଙ୍କୁ 10 ଲକ୍ଷ କୋଟିର କୋରୋନା ପ୍ୟାକେଜ୍ ଦେବାକୁ ବିଶେଷଜ୍ଞଙ୍କ ମତ
author img

By

Published : Apr 10, 2020, 10:15 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ମାଡରେ ବେହାଲ ସାରା ବିଶ୍ବ। ଯାହାର ପ୍ରଭାବ ପଡିଛି ଦେଶର ଆର୍ଥିକ ବଜାରରେ। ଅନେକ କାଯ୍ୟାଳୟ ବନ୍ଦ ହୋଇ ରହିବାରୁ କର୍ମଚାରୀ ମାନେ ନିଜର ଜୀବିକା ହରାଇବାକୁ ବସିଲେଣି। ତେବେ ଏଭଳି ପରିସ୍ଥିତିରେ କିଛି ଅର୍ଥନୀତିଜ୍ଞ ତଥା ବ୍ୟବସାୟ ନେତାମାନେ ଏହି ସଙ୍କଟରେ ଜୀବନଯାପନ ତଥା ବ୍ୟବସାୟ ହରାଇଥିବା ଲୋକଙ୍କୁ ସହାୟତା କରିବା ପାଇଁ 10 ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ପାଇଁ ଯୋଜନା କରୁଛନ୍ତି।

ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ଅର୍ଥନୀତି ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ କହିଛନ୍ତି ଯେ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ବ୍ୟାଘାତକୁ ମୁକାବିଲା କରିବା ପାଇଁ ସରକାରଙ୍କୁ 10 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ଯାହା ଭାରତର ମୋଟ ଘରୋଇ ଉତ୍ପାଦର 5% ସହିତ ସମାନ।

ପାଶ୍ଚାତ୍ୟ ଦେଶରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି କରିବାକୁ ପ୍ରବୃତ୍ତି କରୁଥିବାବେଳେ ଭାରତରେ ଡ୍ରୋନ୍ ଡ୍ରପ୍ ନିଶ୍ଚିତ ଭାବରେ ଯେଉଁମାନେ ନିବେଶ କରିବା ପରିବର୍ତ୍ତେ ସପିଂ କରିବେ ସେମାନଙ୍କୁ ଉତ୍ସାହିତ କରିବାକୁ ପଡିବ ବୋଲି ସେ ସହିଛନ୍ତି। ଏନେଇ ମାର୍ଚ୍ଚ 29 ରେ 10 ଲକ୍ଷ କୋଟିର ଅର୍ଥରାଶି ବରାଦ କରାଯାଇଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରୁ ସିଧାସଳଖ ଉଠାଣ କିମ୍ବା ବିନିଯୋଗ ସହିତ ଏକ ବର୍ଷ ମଧ୍ୟରେ ଅତିରିକ୍ତ ବ୍ୟୟକୁ ଅର୍ଥ ପ୍ରଦାନର ପାଞ୍ଚଟି ଉପାୟ ସୁବ୍ରମଣ୍ୟନ୍ ସୁପାରିଶ କରିଛନ୍ତି।ଏହାସହ ସରକାର ପ୍ରାୟ 60,000 କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିବା ଉଚିତ ଯେଉଁଥିରେ ତିନିମାସ ପାଇଁ ପ୍ରତ୍ୟେକ ମାସକୁ 2,000 ଟଙ୍କା ଆୟ ହିସାବରେ 100 ନିୟୁତ ଶ୍ରମିକଙ୍କୁ ସହାୟତା ପ୍ରଦାନ କରିବାକୁ ଅର୍ଥନୈତିକ ବ୍ୟାପାର କହିଛନ୍ତି। ଏହାସହ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ବୁଧବାର କହିଛି ଯେ ସରକାରଙ୍କ ମତ ସହିତ ଆମେ ଏକମତ ହେଲେ ଯେତେ ଶୀଘ୍ର ସମ୍ଭବ ଲକଡାଉନକୁ ବନ୍ଦ କରାଯାଉ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.