ETV Bharat / bharat

କୋରୋନା ପଜିଟିଭଙ୍କ ସଂଖ୍ୟା 1251କୁ ବୃଦ୍ଧି, 32 ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : Mar 30, 2020, 9:15 AM IST

Updated : Mar 31, 2020, 12:01 AM IST

corona
lock down day-6

23:59 March 30

କୋରୋନା ପଜିଟିଭଙ୍କ ସଂଖ୍ୟା 1251କୁ ବୃଦ୍ଧି, 32 ଛୁଇଁଲା ମୃତ୍ୟୁ ସଂଖ୍ୟା

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ରାତି 9.30 ସୁଦ୍ଧା ପଜିଟିଭଙ୍କ ସଂଖ୍ୟା 1251ରେ ପହଞ୍ଚିଛି । ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା 32 ପାର୍‌ କରିଛି । ଅନ୍ୟପକ୍ଷରେ 102 ଜଣ ଲୋକ ସୁସ୍ଥ ହୋଇଥିବା ରିପୋର୍ଟ କରାଯାଇଛି ।  

21:33 March 30

ଦିଲ୍ଲୀରେ କୋରୋନା ପଜିଟିଭ ସଂଖ୍ୟା 97କୁ ବୃଦ୍ଧି

ଦିଲ୍ଲୀରେ ସୋମବାର 25ଟି କୋରୋନା ପଜିଟିଭ କେସ ଚିହ୍ନଟ କରାଯାଇଛି । ଏହା ସହ ଦିଲ୍ଲୀର ମୋଟ ମୃତ୍ୟୁ ସଂଖ୍ୟା 2 ରହିଥିବା ବେଳେ କୋରୋନା ପୀଡିତଙ୍କ ସଂଖ୍ୟା 97ରେ ପହଞ୍ଚିଛି ।  

21:28 March 30

ପରିବାରର 3ଜଣ ପଜିଟିଭ, କର୍ଣ୍ଣାଟକରେ ମୋଟ ଆକ୍ରାନ୍ତ ସଂଖ୍ୟା 91କୁ ବୃଦ୍ଧି

କର୍ଣ୍ଣାଟକରେ ଗୋଟିଏ ପରିବାରର 3 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 193କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ 25 ଜଣ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି ।  

18:24 March 30

କେରଳରେ 32 ନୂଆ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 213କୁ ବୃଦ୍ଧି

କେରଳରେ ଆଜି କରାଯାଇଥିବା ସଦ୍ୟତମ ରକ୍ତନମୁନା ପରୀକ୍ଷଣରୁ 32ଜଣଙ୍କ ଠାରେ କୋରୋନା ପଜିଟିଭ ରହିଥିୂବା ଜଣାପଡିଛି । ଏହା ସହ କେରଳର ମୋଟ ଆକ୍ରାନ୍ତ ସଂଖ୍ୟା 213କୁ ବୃଦ୍ଧି ପାଇଛି । ଏନେଇ କେରଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।  

16:55 March 30

ଭାରତରେ 1071 କୋରୋନା ପଜିଟିଭ, 24 ଘଣ୍ଟାରେ 92 ଆକ୍ରାନ୍ତ ଓ 4 ମୃତ୍ୟୁ

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 1071 କୋରୋନା ପଜିଟିଭ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କୋରୋନାରେ 30 ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟ ଉଲ୍ଲେଖ କରିଛି । ଏହା ସହ ଗତ 24 ଘଣ୍ଟା ମଧ୍ୟରେ 92ଟି ନୂଆ ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ 4  ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।  

15:14 March 30

45କୁ ଛୁଇଁଲା ଜମ୍ମୁ ଓ କାଶ୍ମୀରର ସଂକ୍ରମିତଙ୍କ ସଂଖ୍ୟା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁଣି 4ଜଣଙ୍କ ରକ୍ତନମୁନା ପଜିଟିଭ ଆସିଛି ।    

ଆଜି ସକାଳେ ଜମ୍ମୁ ଓ କାଶ୍ମୀରରେ  3ଜଣଙ୍କ ରକ୍ତନମୁନା କୋରୋନା ପଜିଟିଭ ଆସିଥିଲା । ବର୍ତ୍ତମାନ ସେଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 45ରେ ପହଞ୍ଚିଛି ।   

14:42 March 30

ତାମିଲନାଡୁରେ ନୂଆ 17 ପଜିଟିଭ କେସ୍‌, 67କୁ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ହାଇଦ୍ରାବାଦ: ଆଜି ତାମିଲନାଡୁରେ 17ଜଣଙ୍କ ରକ୍ତନମୁନା ପଜିଟିଭ ଆସିଛି । ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 67କୁ ଛୁଇଁଛି ।  

କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବରରେ ଆଜି ଆଉ ଏକ ପଜିଟିଭି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ସେଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା 10ରେ ପହଞ୍ଚିଛି ।   

14:10 March 30

ମହାରାଷ୍ଟ୍ରରେ କୋରୋନା ନେଲା ଆଉ ଏକ ମୁଣ୍ଡ, 9କୁ ଛୁଇଁଲା ମୃତକଙ୍କ ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଆଉ ଜଣଙ୍କ ଜୀବନ ନେଲା କୋରୋନା  । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା 9କୁ ଛୁଇଁଛି । 52ବର୍ଷୀୟ ମୃତକ ଜଣକ ମାର୍ଚ୍ଚ 22ରୁ ପୁଣେ ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।   

11:27 March 30

ହୁହୁ ହୋଇ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା

ହାଇଦ୍ରାବାଦ: ଭାରତରେ କୋରାନା ଆତଙ୍କ । ଆଜି ଗୁଜୁରାଟରେ ଆଉ ନୂଆ 6ଜଣ କୋରୋନା ପଜିଟିଭଙ୍କୁ ଚହ୍ନଟ କରାଯାଇଛି ।  ଫଳରେ ରାଜ୍ୟରେ 69କୁ ଛୁଇଁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା ।

ସେହିପରି ଜମ୍ମୁ ଓ କାଶ୍ମୀରରେ ଆଉ 3ଜଣଙ୍କ ରକ୍ତନମୁନା କୋରୋନା ପଜିଟିଭ ଆସିଛି । ଫଳରେ  41ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।  

ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶରେ 2ଟି ନୂଆ କୋରୋନା ପଜିଟିଭ କେସ୍‌ ସାମ୍ନାକୁ ଆସିଛି । ରାଜ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା 23ରେ ପହଞ୍ଚିଛି । 

11:10 March 30

ପଞ୍ଜାବରେ ଆଉ ଏକ ପଜିଟିଭ, 39 ଛୁଇଁଲା ପଜିଟିଭିଙ୍କ ସଂଖ୍ୟା

ଚଣ୍ଡିଗଡ: ଆଜି ପଞ୍ଜାବରେ ଜଣଙ୍କ ରକ୍ତନମୁନା ପଜିଟିଭ ଆସିଛି । ଏଯାବତ୍‌ ରାଜ୍ୟରେ 39ଜଣ ସଂକ୍ରମିତଙ୍କୁ ଚହ୍ନଟ କରାଯାଇ ଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି ।  

10:42 March 30

ଗୁଜୁରାଟରେ ଆଉ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, 6କୁ ଛୁଇଁଲା ମୃତ୍ୟୁସଂଖ୍ୟା

ଗାନ୍ଧୀନଗର: ଆଜି ଗୁଜୁରାଟରେ ଆଉ ଜଣେ କୋରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୃତକଙ୍କ ସଂଖ୍ୟା 6କୁ ଛୁଇଁଲା ।  

10:21 March 30

ମହାରାଷ୍ଟ୍ରରେ 215 ଓ ୟୁପିରେ 83 ଛୁଇଁଲା କୋରୋନା ପଜିଟିଭଙ୍କ ସଂଖ୍ୟା

ହାଇଦ୍ରାବାଦ: ମହାରାଷ୍ଟ୍ରରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ 12 ଜଣଙ୍କ ରକ୍ତ ନମୁନା ପଜିଟିଭ ରହିଥିବା ଜଣାପଡିଛି । ଫଳରେ ମହାରାଷ୍ଟ୍ରରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 215ରେ ପହଞ୍ଚିଛି ।

ସେହିପରି ଉତ୍ତର ପ୍ରଦେଶରେ ଆଜି 2 ନୂଆ ପଜିଟିଭିଙ୍କୁ ଚିହ୍ନଟ କରାଯାଇଛି । ଫଳରେ ୟୁପିରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 83ରେ ପହଞ୍ଚିଛି । ଖବରମୁତାବକ ଜଣେ ବରେଲୀ ଓ ଆଉ ଜଣେ ଆଗ୍ରାର ବାସିନ୍ଦା । 

09:24 March 30

ଦେଶରେ କୋରୋନା ନେଲା ଆଉ ଏକ ମୁଣ୍ଡ

କୋଲକତା: କୋରୋନା ଯୋଗୁଁ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା 2ରେ ପହଞ୍ଚିଛି ।

ସେହିପରି ଗତ ରବିବାର ଦିନ ପଞ୍ଜାବରେ କୋରୋନା ଯାଗୁଁ  ଆଉ ଏକ ଜୀବନଦୀପ ଲିଭି ଯାଇଛି । ଅମୃତସର ଡିସି ଶିବଦୁଲାର ସିଂ କୋରୋନା ମୃତକଙ୍କ ବିଷୟରେ ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ କୋରୋନା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିଲା ।       

07:23 March 30

ଦେଶରେ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଛୁଇଁଲା 30

ହାଇଦ୍ରାବାଦ: 6ଷ୍ଠ ଦିନରେ କୋରୋନା ଲକ୍‌ ଡାଉନ୍‌ । ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁଁ ଦେଶରେ 28 ଜଣଙ୍କ ମୃତ୍ୟ ହୋଇ ସାରିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 1024 ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 96 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । 

ସେହିପରି ବିଶ୍ବସ୍ତରରେ କୋଭିଡ-19ର ସଂକ୍ରମିତଙ୍କ ସଂଖ୍ୟା 634,000 ଅତିକ୍ରମ କରିଥିବାବେଳେ ପ୍ରାୟ 30,000ଙ୍କ ମୃତ୍ୟୁ ହୋଇଥିବା WHO ସୂଚନା ଦେଇଛି ।   

Last Updated : Mar 31, 2020, 12:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.