ETV Bharat / bharat

କୋରୋନା ଆତଙ୍କ, ଗର୍ଭବତୀ ମହିଳା ରୁହନ୍ତୁ ସତର୍କ

author img

By

Published : Apr 8, 2020, 12:08 AM IST

କେବଳ ବୟସ୍କ ନୁହେଁ, ଗର୍ଭବତୀ ମହିଳାଙ୍କ ପ୍ରତି ମଧ୍ୟ କୋରୋନା ଅଧିକ ବିପଦ । ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ ଏହା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ସମୟ । ଅଧିକ ପଢନ୍ତୁ...

କୋରୋନା ଆତଙ୍କ, ଗର୍ଭବତୀ ମହିଳା ସତର୍କ
କୋରୋନା ଆତଙ୍କ, ଗର୍ଭବତୀ ମହିଳା ସତର୍କ

ହାଇଦ୍ରାବାଦ: କୋରୋନା ମହାମାରୀ କବଳରେ ଏବେ ସାରା ବିଶ୍ବ । ଆବାଳବୃଦ୍ଧବନିତା ସମସ୍ତଙ୍କୁ ଏହା ଗ୍ରାସ କରିବାର ଲାଗିଛି । ଏହାଦ୍ବାରା ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି । ଯଦିଓ ଏହା ସମସ୍ତଙ୍କ ପ୍ରତି ବିପଦପୂର୍ଣ୍ଣ ତଥାପି ବୟସ୍କ ଲୋକଙ୍କ ପ୍ରତି ଏହା ଅଧିକ ବିପଦ ।

ତେବେ କେବଳ ବୟସ୍କ ନୁହେଁ, ଗର୍ଭବତୀ ମହିଳାଙ୍କ ପ୍ରତି ମଧ୍ୟ କୋରୋନା ଅଧିକ ବିପଦ । ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ ଏହା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ସମୟ । କାରଣ କୋଭିଡ-19 ସେମାନଙ୍କୁ ଶୀଘ୍ର ଆକ୍ରମଣ କରିବାର ଆଶଙ୍କା ରହିଛି । ଗର୍ଭବତୀ ଥିବାବେଳେ ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ । ଏହି ସମୟରେ ସେମାନେ ନିଜକୁ ଦୁର୍ବଳ ଅନୁଭବ କରନ୍ତି । ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସେମାନେ ଦୁର୍ବଳ ହୋଇ ଯାଆନ୍ତି । ଫଳରେ ସେମାନଙ୍କ ପାଇଁ ଏହି ସମୟ ଅତି ସମ୍ବେଦନଶୀଳ ହୋଇପଡେ । ଏହି ସମୟରେ ସେମାନଙ୍କୁ ନିଜ ଡାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ ।

ଲକ୍ଷଣ ଦେଖାଗଲେ କିମ୍ବା ଯଦି ସେପରି କୌଣସି ଅନୁଭବ ହୁଏ ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରତିଷେଧକ ବ୍ୟବସ୍ଥା ନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହାସହ ହସ୍ପିଟାଲରେ ତୁରନ୍ତ ଯାଞ୍ଚ କରାଇନେବା ଆବଶ୍ୟକ । କାରଣ ରିପୋର୍ଟ ଆଧାରରେ ଜଣାପଡିବ ମାଆ ପେଟରେ ଥିବା ଭ୍ରୁଣ ଏଥିରେ ସଂକ୍ରମିତ ହୋଇଛି କି ନାହିଁ । ଫଳରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରିବ । ଏହାସହ ଘର ସବୁବେଳେ ସଫା ରଖିବା ସହ ହାତ, ମୁହଁ ସଫା ରଖିବା ଉଚିତ । ବାହାରକୁ ବେଶୀ ନଯାଇ ଘରେ ରହିବା ଆବଶ୍ୟକ । ସର୍ବସାଧାରଣ ଜାଗାକୁ କମ ଯିବା ସହ ସବୁବେଳେ ଘରର ବାଥରୁମ ପରିଷ୍କାର ରଖନ୍ତୁ ।

ସନ୍ତାନ ଆଶାରେ ଥିବା ପତି-ପତ୍ନୀ ବାହାରକୁ ନଯାଇ ଘରେ ସବୁବେଳେ ରହନ୍ତୁ । ଅଧିକାଂଶ ସମୟ ଘରେ ରହି ସମୟ ବିତାନ୍ତୁ । ଏପରି ସମୟରେ ଘରେ ରହିବା ଗର୍ଭବତୀ ମହିଳାଙ୍କ ପାଇଁ ଉଚିତ ହେବ । ଲକ୍ଷଣ ଦେଖାଦେବେ ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ପିଲାର ଭବିଷ୍ୟତ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ସତର୍କ ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.