ETV Bharat / bharat

ଜନତା କର୍ଫ୍ୟୁକୁ ଆମେରିକାର ପ୍ରଶଂସା; ପୂର୍ବରୁ WHO ବି ଦେଇଛି ସାବାସୀ - ପୂର୍ବରୁ WHO ବି ଦେଇଛି ସାବାସୀ

ଗତ ରବିବାର କରୋନା ବିରୋଧରେ ଲଢିବା ପାଇଁ ଦେଶ ପାଳିଥିଲା ଜନତା କର୍ଫ୍ୟୁ । ଯାହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରେ ଏବେ ଆମେରିକା ମଧ୍ୟ ପ୍ରଶଂସା କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

america praises
america praises
author img

By

Published : Mar 24, 2020, 4:42 PM IST

ନୂଆଦିଲ୍ଲୀ: ବଢିଚାଲିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ବ ଏବେ ବ୍ୟସ୍ତ ବିବ୍ରତ । ଭାଇରସ ମୁକାବିଲା ପାଇଁ ସବୁଠି ପ୍ରୟାସ ଜାରି ରହିଛି । ଏହି ମାରାତ୍ମକ ଭୂତାଣୁ ସଂକ୍ରମଣକୁ କମ କରିବ ପାଇଁ ଗତ ରବିବାର ଦେଶ ପାଳନ କରିଥିଲା ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ସାରା ଦେଶ ଏକାଠି ହୋଇଥିଲା । ଏହି ପଦକ୍ଷେପକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଭାରତର ପ୍ରଶଂସା କରିଥିଲା । ଆଜି ଏଥିରେ ଯୋଡି ହୋଇଛି ଆମେରିକା ।

PHOTO
ଜନତା କର୍ଫ୍ୟୁକୁ ଆମେରିକାର ପ୍ରଶଂସା; ପୂର୍ବରୁ WHO ବି ଦେଇଛି ସାବାସୀ

ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସାଉଥ ସେଣ୍ଟ୍ରାଲ ଏସିଆ ଡିପାର୍ଟମେଣ୍ଟର ଆସିଷଣ୍ଟା ସେକ୍ରେଟରୀ ଏଲିସ ବିଲ କହିଛନ୍ତି ଜନତା କର୍ଫ୍ୟୁରେ ଭାରତ ଭଳି ବିଶାଳ ଦେଶରେ କୋଟି କୋଟି ଲୋକ ଏକାଠି ହେବା ନିଶ୍ଚିତ ଭାବେ ବଡକଥା । ସାଉଥ ସେଣ୍ଟ୍ରାଲ ଏସିଆ ଡିପାର୍ଟମେଣ୍ଟ ଏକ ଭିଡିଓ ମଧ୍ୟ ଟ୍ବିଟ କରିଛି । ଯେଉଁଥିରେ ଜନତା କର୍ଫ୍ୟୁ ପରେ ଲୋକ ତାଳି ମାରିବାର ଦୃଶ୍ୟ ରହିଛି ।

ଅନ୍ୟପଟେ ଆମେରିକାରେ ଭାରତର ରାଜଦୂତ ତରଣଜିତ ସିଂହ ସିନ୍ଧୁୱ ସୋମବାର ଭିଡିଓ କନଫରେନ୍ସି ଯୋଗେ ଆମେରିକାରେ ଅବସ୍ଥିତ ଭାରତୀୟ କମ୍ପାନୀ ପ୍ରତିନିଧୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚାନାରେ ଭାରତୀୟ କମ୍ପାନୀଙ୍କ ସମସ୍ୟା ଓ କରୋନା ଭାଇରସକୁ କେମିତି ମୁକାବିଲା କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.