ETV Bharat / bharat

ଗୁରୁପୂର୍ଣ୍ଣିମାରେ କୋରୋନା ପ୍ରଭାବ, ଭାଙ୍ଗିଲା ଗୋରଖନାଥ ମନ୍ଦିର ପରମ୍ପରା - corona epidemic

କୋରୋନା ସାଜିଲା ବାଧକ । ଗୋରୋଖନାଥ ମନ୍ଦିରରେ ଭାଙ୍ଗିଲା ବହୁ ବର୍ଷର ପୂରୁଣା ପରମ୍ପରା । ଚଳିତବର୍ଷ ବନ୍ଦ ହେଲା ଗୋରଖନାଥ ମନ୍ଦିରରେ ତିଳକ ଲଗା ନୀତି । ଅଧିକ ପଢନ୍ତୁ...

ଗୁରୁପୂର୍ଣ୍ଣିମାରେ କୋରୋନା ପ୍ରଭାବ, ଭାଙ୍ଗିଲା ଗୋରଖନାଥଙ୍କ ମନ୍ଦିରର ପୁରୁଣା ପରମ୍ପରା

author img

By

Published : Jul 5, 2020, 6:45 PM IST

ଲକ୍ଷ୍ନୌ: ଗୁରୁ ପୂର୍ଣ୍ଣିମା ଅବସରରେ କୋରୋନା ଭାଇରସ କାରଣରୁ ବର୍ଷ ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଭଙ୍ଗ ହୋଇଛି। ଏହି ଦିନ ହଜାର ହଜାର ଭକ୍ତ ଭଗବାନ ଗୋରଖନାଥଙ୍କୁ ପୂଜା କରିଥାନ୍ତି । ଏହାପରେ ମନ୍ଦିରର ମହନ୍ତ ଯୋଗୀ ଆଦିତ୍ୟନାଥଙ୍କୁ ତିଳକ ଲଗାଇ ଚରଣ ବନ୍ଦନା କରିଥାନ୍ତି । କିନ୍ତୁ ଏଥର ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ନିଜ ଘରେ ରହି ଗୁରୁ ପୂର୍ଣ୍ଣିମା ପାଳନ କରିବାକୁ ନିବେଦନ କରିଛନ୍ତି ।

ମହନ୍ତ ଯୋଗୀ ଆଦିତ୍ୟନାଥ ଗୁରୁ ପୂର୍ଣ୍ଣିମା ଅବସରରେ ଭକ୍ତଙ୍କ ସୁଖମୟ ଜୀବନ କାମନା କରିଥିଲେ । ରବିବାର ସକାଳେ ମୁଖ୍ୟ ପୁରୋହିତ ଯୋଗୀ କମଲ ନାଥ ଗୋରଖନାଥ ମନ୍ଦିରରେ ସମସ୍ତ ରୀତିନୀତି ପୂଜା କରିଥିଲେ। ଶ୍ରୀନାଥଜୀ ଗୁରୁ ଗୋରଖନାଥଙ୍କ ପୂଜା ପରେ ସକାଳେ ସେ ନାଥ ସମ୍ପ୍ରଦାୟର ଯୋଗୀଙ୍କ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ପ୍ରସାଦର ଭୋଗ ଲଗାଇ ଥିଲେ।

ଏହା ପରେ ନାଥ ଯୋଗୀଙ୍କ ସମାଧୀ ସ୍ଥଳ ଏବଂ ଦେବ ବିଗ୍ରହଙ୍କୁ ପୂଜା କରାଯାଇଥିଲା। ନାଥ ପନ୍ଥଙ୍କର ଯେତକ ଯୋଗୀ ମନ୍ଦିରରେ ଉପସ୍ଥିତ ଥିଲେ ସେମାନେ ସମସ୍ତେ ସେମାନଙ୍କର ଗୁରୁମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ଗୋରଖପୀଠେଶ୍ୱର ଯୋଗୀ ଆଦିତ୍ୟନାଥ ମଧ୍ୟାହ୍ନରେ ଗୋରଖପୁରରେ ପହଞ୍ଚିଛନ୍ତି । ସର୍ବପ୍ରଥମେ ସେ ଭଗବାନ ଗୋରଖନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହାପରେ ସେ ତାଙ୍କର ଗୁରୁ ମହନ୍ତ ଆବେଦନାଥଙ୍କ ସମାଧୀ ପରିଦର୍ଶନ କରିବା ସହ ବିଶେଷ ଉପାସନା କରିଛନ୍ତି । ଏହାପରେ ସେ ମନ୍ଦିରରେ ପୂଜାର୍ଚ୍ଚନା କରିବେ।

ଏଥର କୌଣସି ଭକ୍ତ ଏହି ତିଳକ ଲଗାଇ ପାରିବେ ନାହିଁ। ମହନ୍ତ ଯୋଗୀ ଆଦିତ୍ୟନାଥ ଦୂରରୁ ତାଙ୍କ ଶିଷ୍ୟମାନଙ୍କୁ ଆଶୀର୍ବାଦ କରିବେ । କୋରୋନାର ଏହି ସଙ୍କଟ ସମୟରେ ଗୋରଖନାଥ ମନ୍ଦିରରେ କୋରୋନା ପ୍ରୋଟୋକଲ ପାଳନ କରାଯାଉଛି । ଗତବର୍ଷ ପର୍ଯ୍ୟନ୍ତ ଗୁରୁପୂର୍ଣ୍ଣିମା ଅବସରରେ ଦେଶର କୋଣ ଅନୁକୋଣରୁ ନାଥ ପନ୍ଥଙ୍କ ଯୋଗୀ ଗୋରଖନାଥ ମନ୍ଦିରକୁ ଆସୁଥିଲେ । ହେଲେ ମହାମାରୀ କୋରୋନା ପାଇଁ ଏହା ଏବେ ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.