ETV Bharat / bharat

କୋରୋନା ପରୀକ୍ଷଣର ନୂଆ ରେକର୍ଡ, 24 ଘଣ୍ଟାରେ 5 ଲକ୍ଷରୁ ଅଧିକ ଟେଷ୍ଟିଂ

author img

By

Published : Jul 27, 2020, 12:51 PM IST

ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ପ୍ରାୟ 50 ହଜାର ନୂଆ ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଏହା ସହିତ ବର୍ତ୍ତମାନ ଦେଶରେ କୋରୋନା ପରୀକ୍ଷଣର ଗତି ମଧ୍ୟ ବୃଦ୍ଧି ପାଇଛି ।

କୋରୋନା ପରୀକ୍ଷଣର ନୂଆ ରେକର୍ଡ
କୋରୋନା ପରୀକ୍ଷଣର ନୂଆ ରେକର୍ଡ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ପ୍ରାୟ 50 ହଜାର ନୂଆ ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଏହା ସହିତ ବର୍ତ୍ତମାନ ଦେଶରେ କୋରୋନା ପରୀକ୍ଷଣର ଗତି ମଧ୍ୟ ବୃଦ୍ଧି ପାଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 5 ଲକ୍ଷରୁ ଅଧିକ କୋରୋନା ପରୀକ୍ଷା କରାଯାଇଥିଲା।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଅନୁଯାୟୀ ରବିବାର ଦେଶରେ 5 ଲକ୍ଷ 15 ହଜାରରୁ ଅଧିକ ପରୀକ୍ଷା କରାଯାଇଥିଲା। ଏହା ସହିତ ଦେଶରେ ଏପର୍ଯ୍ୟନ୍ତ 1 କୋଟି 68 ଲକ୍ଷରୁ ଅଧିକ ପରୀକ୍ଷା କରାଯାଉଛି । ଗତ କିଛି ଦିନ ହେବ ପ୍ରତିଦିନ ପ୍ରାୟ 4 ଲକ୍ଷ ପରୀକ୍ଷା କରାଯାଉଥିଲା ଓ ଦେଶରେ ଲ୍ୟାବ ସଂଖ୍ୟା ବଢିବା ସହିତ ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ଦେଶରେ ବର୍ତ୍ତମାନ 1300 ରୁ ଅଧିକ ପରୀକ୍ଷଣ ଲ୍ୟାବ ରହିଛି । ସେଥିମଧ୍ୟରୁ 900 ଟି ସରକାରୀ ଓ ଅବଶିଷ୍ଟ 400 ଟି ବ୍ୟକ୍ତିଗତ ଲ୍ୟାବ। ଆଣ୍ଟିଜେନ୍ ପରୀକ୍ଷା, ଆରଟି- PCR ପରୀକ୍ଷା ସମେତ ଅନେକ ପ୍ରକାରର ପରୀକ୍ଷା କରାଯାଉଛି । ଉତ୍ତରପ୍ରଦେଶ ସର୍ବାଧିକ 71 ହଜାର ପରୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ଯେ ୟୁପିରେ ପ୍ରତିଦିନ 1 ଲକ୍ଷ ପରୀକ୍ଷା କରାଯିବା ଉଚିତ । ସେଥିପାଇଁ ୟୁପିରେ ଆରଟି- PCR ସହିତ ଆଣ୍ଟିଜେନ୍ ପରୀକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ତେବେ ମୋଟ ପରୀକ୍ଷଣ କ୍ଷେତ୍ରରେ ତାମିଲନାଡୁ ଦେଶରେ ଆଗରେ ରହିଛି ଯେଉଁଠାରେ ପ୍ରାୟ 22 ଲକ୍ଷ ପରୀକ୍ଷା ହୋଇସାରିଛି । ୟୁପି ଓ ମହାରାଷ୍ଟ୍ର ମଧ୍ୟ ପ୍ରାୟ 20 ଲକ୍ଷ ପରୀକ୍ଷା କରିସାରିଛନ୍ତି ।

ବର୍ତ୍ତମାନ ଦେଶରେ ପଜିଟିଭ୍ ହାର 10 ପ୍ରତିଶତ ପାଖାପାଖି ରହିଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ତିନୋଟି ଲ୍ୟାବ ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥିରେ ପ୍ରତିଦିନ 10 ହଜାର ପରୀକ୍ଷା କରିବାର କ୍ଷମତା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.