ETV Bharat / bharat

ୟୁପି ସିଏମଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ଅକ୍ସିଜେନ ଓ ସ୍ବଚ୍ଛତାକୁ ନେଇ ଆଲୋଚନା

author img

By

Published : Jul 14, 2020, 6:21 PM IST

ସିଏମ ଯୋଗୀ ଆଦିତ୍ୟନାଥ, ମଙ୍ଗଳବାର ତାଙ୍କ ବାସଭବନରେ କୋରୋନା ସମୀକ୍ଷା ନେଇ ସମୀକ୍ଷା ବୈଠକ କରିଛନ୍ତି । ଯେଉଁଥିରେ କୋରୋନା ବାଦ ବର୍ତ୍ତମାନ ରାଜ୍ୟର ସମସ୍ତ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ...

ୟୁପି ସିଏମଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ହସ୍ପିଟାଲରେ ଅକ୍ସିଜେନ, ସ୍ବଚ୍ଛତା ଓ ପରିମଳ ଉପରେ ଆଲୋଚନା

ଲକ୍ଷ୍ନୌ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ରାଜ୍ୟରେ ସ୍ବଚ୍ଛତା ଓ ପରିମଳ କାର୍ଯ୍ୟକୁ ବ୍ୟାପକ ପରିମାଣରେ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ କହିଛନ୍ତି ଯେ, କେବଳ କୋରୋନା ଜୀବାଣୁ ନୁହେଁ ବରଂ ସଂକ୍ରାମକ ରୋଗ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ଦ୍ୱାରା ନିୟନ୍ତ୍ରିତ ହୋଇପାରିବ।

ସାଧାରଣ ଲୋକଙ୍କୁ ସଚେତନ କରାଇବା ଏବଂ କୋରୋନାରୁ ରକ୍ଷା କରିବା ପାଇଁ ସିସିଟିଭି ଟିମକୁ ସକ୍ରିୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଯୋଗୀ ଆଦିତ୍ୟନାଥ କେବଳ ମାସ୍କର ବ୍ୟବହାରକୁ ବାଧ୍ୟତାମୂଳକ ନୁହଁ, ସାମାଜିକ ଦୂରତାକୁ କିପରି ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ପାଳନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ବିନା ମାସ୍କରେ ବୁଲୁଥିବା ବ୍ୟକ୍ତି ପାଇଁ ୟୁପି ସରକାର ଜୋରିମାନା 100 ରୁ 500 ଟଙ୍କାକୁ ବୃଦ୍ଧି କରିଛନ୍ତି।

ଡାକ୍ତରଖାନା ସମେତ ବିଭିନ୍ନ ଚିକିତ୍ସାଳରେ ଅକ୍ସିଜେନର ଅଭାବ ଯେପରି ନ ରୁହେ ସେନେଇ ସିଏମ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ ତୁରନ୍ତ ରୋଗୀଙ୍କୁ ଅକ୍ସିଜେନ ଏବଂ ଭେଣ୍ଟିଲେଟର ଯୋଗାଇବାକୁ ସେ କହିଥିଲେ। ଏହା ବ୍ୟତୀତ ପ୍ରତ୍ୟେକ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଯୋଗୀ ରାଜ୍ୟର ସମସ୍ତ ସିଏମଓମାନଙ୍କୁ ନିଜ ନିଜ ଜିଲ୍ଲାର ଡାକ୍ତରଖାନା ଉପରେ ନିୟମିତ ନଜର ରଖିବାକୁ କହିଛନ୍ତି।

ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିମ 11 ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟରେ ବନ୍ୟା ପରିଚାଳନା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଉନ୍ନତ ହେବା ଉଚିତ। ପ୍ରାଥମିକତା ସହିତ ବନ୍ଧ ମରାମତି କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସହାୟତା ଶିବିରଗୁଡିକ ଭାଲଭାବେ ପ୍ରସ୍ତୁତ ଏବଂ ସମୀକ୍ଷା କରାଯିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.