ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୩୭ ଜଣ କୋରୋନାରେ ପଜିଟିଭ ରହିଛନ୍ତି । ଗତକାଲି ଠାରୁ ୩୮୬ଟି ନୂତନ କେସ ଚିହ୍ନଟ କରାଯାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତବଲିଗ ଜାମାତର ସଦସ୍ୟ ମାନଙ୍କ ବିଭିନ୍ନ ସ୍ଥାନକୁ ଯାତ୍ରା କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାର ପ୍ରମୁଖ କାରଣ ହୋଇଛି। ଅନ୍ୟ ପକ୍ଷରେ ୧୩୨ ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲକ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ତବଲିଗ ଜାମାତର ଏକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ । ଏହି ସ୍ଥାନରେ ବହୁ ଲୋକଙ୍କୁ କୋରୋନା ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଦେଶରେ ଲକ ଡାଉନ ୮ମ ଦିନରେ ପହଞ୍ଚିଛି । ଦେଶରେ ଜରୁରୀକାଳୀନ ଦ୍ରବ୍ୟ ଓ ସେବା ବ୍ୟତୀତ ଅନ୍ୟ ସମସ୍ତ କାରବାର ବନ୍ଦ କରାଯାଇଛି ।
@ANI