ମୁମ୍ବାଇ: ନିୟମ ପାଳିବାକୁ କହି ଫସିଲେ ଯୁବକ। ମହାରାଷ୍ଟ୍ର ମୁମ୍ବାଇରେ ଜଣେ ଯୁବକ ଲୋକଙ୍କୁ ମାସ୍କ ପିନ୍ଧିବାକୁ କହିବା ତାଙ୍କ ପରିବାର ଉପରେ ଭାରୀ ପଡିଛି ।
ତେବେ ଏହି ଘଟଣାଟି ଘଟିଛି ମୁମ୍ବାଇ ତିଲକ ନଗର ପୋଲିସ ଷ୍ଟେସନ ନିକଟରେ । ପୋଲିସର ସୂଚନା ଅନୁଯାୟୀ, ଗତ ରବିବାର କିଛି ଲୋକ ବିନା ମାସ୍କ ଏବଂ ସାମାଜିକ ଦୂରତା ବଜାୟ ନମାନି ପରିବା କିଣିୁଥିଲେ । ସେହି ସମୟରେ ନବନୀତ ରାଣା ନାମକ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ । ଏହାପରେ ନିୟମ ମାନୁନଥିବା ଲୋକ ମାରପିଟ ଆରମ୍ଭ କରିଥିଲେ ।
ରବିବାର ରାତି ପ୍ରାୟ 8ଟା ସମୟରେ କିଛି ଲୋକ ଛୁରୀ ଏବଂ ଖଣ୍ଡା ଧରି ନବନୀତ ରାଣାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସେତେବେଳେ ଘରେ ନବନୀତ ନଥିଲେ । ମାତ୍ର ଘରେ ଥିବା ନବନୀତଙ୍କ ଦୁଇ ଭାଇଙ୍କୁ ଏହି ଲୋକମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ନବନୀତଙ୍କ ଦୁଇ ଭାଇ ଗୁରୁତର ଆହତ ହୋଇ ରାଜବାଡିର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।