ETV Bharat / bharat

ପୁଣି ଆଟାକ କରିପାରେ କୋରୋନା: ସେରୋ ସର୍ଭେ

ସେରୋ ସର୍ଭେ ଅନୁଯାୟୀ, କୋଭିଡ -19 ସଂକ୍ରମିତ 208 ଜଣଙ୍କ ମଧ୍ୟରୁ 97 ଜଣଙ୍କ ରକ୍ତରେ କୌଣସି ଆଣ୍ଟିବଡି ଚିହ୍ନଟ କରାଯାଇ ନାହିଁ। ଏଥିରୁ ସୂଚିତ କରାଯାଇ ପାରେ ଯେ, କୋରୋନା ଭାଇରସ୍ ଦ୍ୱାରା ବିକଶିତ ପ୍ରତିରୋଧକ କ୍ଷମତା 'କ୍ଷଣସ୍ଥାୟୀ ଅଟେ ବୋଲି ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC) କହିଛି । ଅଧିକ ପଢନ୍ତୁ...

ପୁଣି ଆଟାକ କରିପାରେ କୋରୋନା : ସିରୋ ସର୍ଭେ
ପୁଣି ଆଟାକ କରିପାରେ କୋରୋନା : ସିରୋ ସର୍ଭେ
author img

By

Published : Sep 2, 2020, 3:35 PM IST

ନୂଆଦିଲ୍ଲୀ: ଆଣ୍ଟିବଡିଗୁଡିକର ବ୍ୟାପକ ପରୀକ୍ଷା ପାଇଁ ଦିଲ୍ଲୀରେ କରାଯାଇଥିବା ସେରୋ ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି । ସର୍ବେକ୍ଷଣ ଅନୁଯାୟୀ, କୋଭିଡ -19 ସଂକ୍ରମିତ 208 ଜଣଙ୍କ ମଧ୍ୟରୁ 97 ଜଣଙ୍କ ରକ୍ତରେ କୌଣସି ଆଣ୍ଟିବଡି ଚିହ୍ନଟ କରାଯାଇ ନାହିଁ। ଏଥିରୁ ସୂଚିତ କରାଯାଇ ପାରେ ଯେ, କୋରୋନା ଭାଇରସ୍ ଦ୍ୱାରା ବିକଶିତ ପ୍ରତିରୋଧକ କ୍ଷମତା 'କ୍ଷଣସ୍ଥାୟୀ ଅଟେ ବୋଲି ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC)କହିଛି ।

ଦିଲ୍ଲୀ ସରକାର ଏବଂ ଏନସିଡିସିର ମିଳିତ ଅଭିଯାନରେ 27 ଜୁନ୍ ରୁ 10 ଜୁଲାଇ ମଧ୍ୟରେ ଏକ ସେରୋ ସର୍ଭେ କରାଯାଇଥିଲା। ଏଥିପାଇଁ 21 ହଜାର 387 ନମୁନା ସଂଗ୍ରହ କରାଯାଇଥିଲା । ଏହି ସମୟ ମଧ୍ୟରେ ଏହା ଜଣାପଡିଛି ଯେ ସର୍ଭେ କରାଯାଇଥିବା 23 ପ୍ରତିଶତ ଲୋକ କୋରୋନା ସଂସ୍ପର୍ଶରେ ଆସିଛନ୍ତି। ଏନସିଡିସି ରିପୋର୍ଟରେ କୁହାଯାଇଛି ଯେ ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ଆଠ ପ୍ରତିଶତ କୋଭିଡ -19 ଅନୁସନ୍ଧାନରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ କେବଳ 208 ଅର୍ଥାତ୍ 13.5 ପ୍ରତିଶତ RT-PCR ପରୀକ୍ଷଣରେ ସଂକ୍ରମିତ ହୋଇଥିଲେ ।

208 ମଧ୍ୟରୁ 111 ଜଣ, ଯେଉଁମାନେ ସେରୋ ପଜିଟିଭ୍ ଜଣାପଡିଥିଲାବେଳେ 97 ରେ ସେରୋନେଗେଟିଭ୍ ନିଶ୍ଚିତ ହୋଇଥିଲା । ଅତିରିକ୍ତ ଅଧ୍ୟୟନରେ ଏଥିପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ । ମହାମାରୀର ପ୍ରକୃତି ଆକଳନ କରିବା ପରେ ସେ ନୋଏଡା, ଗାଜିଆବାଦ, ଫରିଦାବାଦ, ଗୁରୁଗ୍ରାମ ଏବଂ ସୋନିପାଟରେ ସେରୋ ସର୍ଭେ କରିବାକୁ ପରାମର୍ଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.