ETV Bharat / bharat

ଦେଶର ମୋଟ ପଜିଟିଭ ସଂଖ୍ୟା 5865କୁ ବୃଦ୍ଧି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - covid 19 outbreak

corona live updates Increase of 540 new COVID19 cases and 17 deaths in last 24 hours; India's total number of Coronavirus positive cases rise to 5734
ଦେଶରେ 24 ଘଣ୍ଟାରେ 540 ନୂଆ କୋରୋନା ପଜିଟିଭ, 17 ମୃତ୍ୟୁ ରେକର୍ଡ
author img

By

Published : Apr 9, 2020, 10:01 AM IST

Updated : Apr 9, 2020, 6:13 PM IST

18:11 April 09

ଦେଶର ମୋଟ ପଜିଟିଭ ସଂଖ୍ୟା 5865କୁ ବୃଦ୍ଧି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 591 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 5865କୁ ବୃଦ୍ଧି ପାଇଛି । ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।  

ସେହିପରି 5865 ମାମଲା ମଧ୍ୟରୁ 5218 ଜଣ ଚିକିତ୍ସିତ ହେଉଥିବା ବେଳେ 478ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 20 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 169କୁ ବୃଦ୍ଧି ପାଇଛି ।  

ମହାରାଷ୍ଟ୍ରରେ ସର୍ବାଧିକ 1135 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 738, ଦିଲ୍ଲୀରେ 669, କେରଳରେ 345, ତେଲେଙ୍ଗାନା 442, ଉତ୍ତରପ୍ରଦେଶରେ 410, ରାଜସ୍ଥାନରେ 383 ଓ ଆନ୍ଧ୍ରପ୍ରଦେଶରେ 348 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 72 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ  ଓ ମଧ୍ୟପ୍ରଦେଶରେ 16, ଦିଲ୍ଲୀରେ 9, ତାମିଲନାଡୁରେ 8, ତେଲେଙ୍ଗାନାରେ 7, କର୍ଣ୍ଣାଟକରେ 5, ଆନ୍ଧ୍ରପ୍ରଦେଶରେ 4 ଜଣଙ୍କର ମୃତ୍ୟୁ ହୋଇଛି ।

16:58 April 09

ଦେଶରେ 1.7 କୋଟି ପିପିଇ ନିର୍ମାଣ ପାଇଁ ଅର୍ଡର ଦିଆଯାଇଛି: ଲବ ଅଗ୍ରୱାଲ

ଲବ ଅଗ୍ରୱାଲ, ଯୁଗ୍ମ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ:

  • ବର୍ତ୍ତମାନ ସୁଦ୍ଧା 473 ଜଣ ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 549 ଟି ନୂଆ ମାମଲା ରିପୋର୍ଟ ହୋଇଛି। ଆଜି ପର୍ଯ୍ୟନ୍ତ ମୋଟ 5734 ପଜିଟିଭ ମାମଲା 166 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
  • କର୍ଣ୍ଣଲ (ହରିୟାଣା)ରେ 'ଆଡପ୍ଟ ଏ ଫ୍ୟାମିଲି' ଅଭିଯାନ  ମାଧ୍ୟମରେ 13000ଟି ଗରିବ ପରିବାରକୁ 64 ଲକ୍ଷ ଟଙ୍କା ସହାୟତା ଦିଆଯାଉଛି ।
  • ପିପିଇ, ମାସ୍କ, ଏବଂ ଭେଣ୍ଟିଲେଟର ଯୋଗାଣ ବର୍ତ୍ତମାନ ଆରମ୍ଭ ହୋଇଛି | ଭାରତରେ 20ଟି ବ୍ୟକ୍ତିଗତ ସୁରକ୍ଷା ଉପକରଣ ନିର୍ମାତାଙ୍କୁ  ଅର୍ଡର ଦିଆଯାଇଛି । ସେମାନଙ୍କୁ 1.7 କୋଟି ପିପିଇ ନିର୍ମାଣ ପାଇଁ ଅର୍ଡର ଦିଆଯାଇଛି ଏବଂ କେତେକ ଯୋଗାଣ ଆରମ୍ଭ ହୋଇଛି | ସେହିପରି 49,000 ଭେଣ୍ଟିଲେଟର ଅର୍ଡର କରାଯାଇଛି |
  • ରେଳବାଇରେ 2500ରୁ ଅଧିକ ଡାକ୍ତର ଏବଂ 35,000 ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନେ 586 ସ୍ବାସ୍ଥ୍ୟ ୟୁନିଟ, 45 ସବ ଡିଭିଜନାଲ ହସ୍ପିଟାଲ, 56 ଡିଭିଜନାଲ ହସ୍ପିଟାଲ, 8 ଉତ୍ପାଦନ ୟୁନିଟ ହସ୍ପିଟାଲ ଏବଂ 16 ଜୋନାଲ୍ ହସ୍ପିଟାଲରେ ନିୟୋଜିତ ରହିଛନ୍ତି ।

12:40 April 09

ଇନ୍ଦୋରରେ କୋରୋନା ପୀଡିତ ଡାକ୍ତରଙ୍କ ମୃତ୍ୟୁ

ଇନ୍ଦୋର: ପୂର୍ବରୁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଫଳରେ ଇନ୍ଦୋରରେ ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି ପାଇଛି । ସେହିପରି ଇନ୍ଦୋରରେ ସମୁଦାୟ 213ଟି ପଜିଟିଭ ମାମଲା ରହିଥିବା ସୂଚନା ମିଳିଛି ।  

12:36 April 09

ଗୁଜୁରାଟରେ କୋରୋନା ପଜିଟିଭ ସଂଖ୍ୟା 244 ଓ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି

ଗୁଜୁରାଟରେ କୋରୋନା ପଜିଟିଭଙ୍କ ସଂଖ୍ୟା 244କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

12:35 April 09

ମହାରାଷ୍ଟ୍ରରେ 12 ଘଣ୍ଟା ମଧ୍ୟରେ 162ଜଣ କୋରୋନା ପଜିଟିଭ

ମହାରାଷ୍ଟ୍ରରେ ଗତ 12 ଘଣ୍ଟା ମଧ୍ୟରେ 162ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ପଜିଟିଭ ସଂଖ୍ୟା 1297ରେ ପହଞ୍ଚିଛି ।

09:19 April 09

ଦେଶରେ 24 ଘଣ୍ଟାରେ 540 ନୂଆ କୋରୋନା ପଜିଟିଭ, 17 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 540 ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 17 ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 5734କୁ ବୃଦ୍ଧି ପାଇଛି । ସେହିପରି 5095 ଜଣ କୋରୋନା ପଜିଟିଭ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 166 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ 473 ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

Last Updated : Apr 9, 2020, 6:13 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.