ETV Bharat / bharat

ଦିଲ୍ଲୀ ପୋଲିସ କୋରୋନା ସଂକ୍ରମିତ ଅର୍ଥରାଶି 1 ଲକ୍ଷରୁ 10 ହଜାରକୁ ହ୍ରାସ

author img

By

Published : May 22, 2020, 4:12 PM IST

ଡ୍ୟୁଟି ସମୟରେ କୋରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ପୋଲିସଙ୍କୁ ଦିଆଯାଉଥିବା ଅର୍ଥରାଶିକୁ ହ୍ରାସ କରାଯାଇଛି । ପୂର୍ବରୁ ଏହି ଅର୍ଥ ରାଶି 1 ଲକ୍ଷ ଥିବାବେଳେ ବର୍ତ୍ତମାନ ଏହା ହ୍ରାସ କରାଯାଇ 10 ହଜାର କରାଯାଇଛି ।

delhi police
ଦିଲ୍ଲୀ ପୋଲିସ କୋରୋନା ସଂକ୍ରମିତ ଅର୍ଥରାଶି 1 ଲକ୍ଷରୁ 10000କୁ ହ୍ରାସ

ନୂଆଦିଲ୍ଲୀ: ଡ୍ୟୁଟି ସମୟରେ କୋରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ପୋଲିସଙ୍କୁ ଦିଆଯାଉଥିବା ଅର୍ଥରାଶିକୁ ହ୍ରାସ କରାଯାଇଛି । ପୂର୍ବରୁ ଏହି ଅର୍ଥ ରାଶି 1 ଲକ୍ଷ ଥିବାବେଳେ ବର୍ତ୍ତମାନ ଏହା ହ୍ରାସ କରାଯାଇ 10 ହଜାର କରାଯାଇଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ 250 ଜଣ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ସେ କହିଛନ୍ତି, ଏପ୍ରିଲରେ 25 ରୁ 30 ଜଣ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଦିଲ୍ଲୀ ପୋଲିସ ଦିଲ୍ଲୀ ପୋଲିସ କଲ୍ୟାଣ ସୋସାଇଟିରୁ କର୍ମଚାରୀଙ୍କୁ 1 ଲକ୍ଷ ଟଙ୍କା ଅର୍ଥରାଶି ଦେବାକୁ ନିଷ୍ପତ୍ତି ନେଇଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କର୍ମଚାରୀଙ୍କୁ ଦିଆଯାଇଥିବା ଅର୍ଥରାଶିକୁ ହ୍ରାସ କରାଯିବ ବୋଲି ଆଲୋଚନା ହୋଇଥିଲା । ବହୁ ପରିମାଣରେ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହେଉଛନ୍ତି । ଏପରି ସ୍ଥିତିରେ ସମାନ ପରିମାଣର ଅର୍ଥରାଶି ବଣ୍ଟନ ହେବା ଉଚିତ୍ । ସେଥିପାଇଁ ଏହି ଅର୍ଥରାଶି 1 ଲକ୍ଷକୁ ହ୍ରାସ କରାଯାଇ 10 ହଜାର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକାଂଶ ପୋଲିସ କର୍ମଚାରୀଙ୍କର ଚିକିତ୍ସା ସରକାରୀ ଡାକ୍ତରଖାନାରେ କରାଯାଉଛି । ଏଥିସହ ବିଭାଗ ପକ୍ଷରୁ ସେମାନଙ୍କୁ ଔଷଧ ଏବଂ ଚିକିତ୍ସାରେ ସାହାଯ୍ୟ କରାଯାଉଛି ।

ଏହାମଧ୍ୟରେ କୋରୋନାରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀଙ୍କୁ 7 ଲକ୍ଷ ବଦଳରେ 10 ଲକ୍ଷ ଟଙ୍କା ଦିଆଯାଇଛି। ଦିଲ୍ଲୀର ଉତ୍ତର ପଶ୍ଚିମ ଜିଲ୍ଲାର ଭାରତ ନଗର ପୋଲିସ ଷ୍ଟେସନର କନଷ୍ଟେବଳଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.