ETV Bharat / bharat

ରାଜଧାନୀରେ ଚିନ୍ତା ବଢାଉଛି କୋରୋନା, କୋଟିଏ ଲୋକଙ୍କୁ ସଚେତନ କରିବେ କେଜ୍ରିୱାଲ

ଦିଲ୍ଲୀରେ ବଢୁଥିବା କୋରୋନା ମାମଲା ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଫୋନ କଲ ମାଧ୍ୟମରେ ଦିଲ୍ଲୀର ଏକ କୋଟି ଲୋକଙ୍କୁ ସଚେତନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

author img

By

Published : Sep 9, 2020, 12:20 PM IST

ଦିଲ୍ଲୀରେ କୋରୋନା ବୃଦ୍ଧି, 1 କୋଟି ଲୋକଙ୍କୁ ଫୋନରେ ସଚେତନ କରାଇବେ କେଜ୍ରିୱାଲ

ନୂଆଦିଲ୍ଲୀ:ଦିଲ୍ଲୀରେ ବଢୁଥିବା କୋରୋନା ମାମଲା ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଫୋନ କଲ ମାଧ୍ୟମରେ ଦିଲ୍ଲୀ ଲୋକଙ୍କୁ ସଚେତନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସିଏମଙ୍କ ଫୋନ ଦିଲ୍ଲୀର ଏକ କୋଟି ଲୋକଙ୍କ ପାଖକୁ ଯିବ। ଏଥି ସହିତ ମୁଖ୍ୟମନ୍ତ୍ରୀ ରେଡିଓ, ଟିଭି, ଆଉଟଡୋର ହେର୍ଡି, ଅନଲାଇନ ମାଧ୍ୟମରେ ଲୋକଙ୍କୁ କୋରୋନା ଠାରୁ ଦୂରେଇ ରହିବା ପାଇଁ କିପରି ସତର୍କତା ଅବଲମ୍ବନ କରିବେ ସେନେଇ ପରାମର୍ଶ ଦେବେ ।

ଏହାସହ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ କୋରୋନାଙ୍କ ଅବସ୍ଥା ନିୟନ୍ତ୍ରଣରେ ଅଛି, କିନ୍ତୁ ଟେଷ୍ଟିଂ ଦୁଇ ଗୁଣ ଏବଂ କିଛି ଲୋକଙ୍କ ଅବହେଳା ଯୋଗୁଁ ଗତ କିଛି ଦିନ ମଧ୍ୟରେ କୋରୋନା ମାମଲା ବୃଦ୍ଧି ପାଇଛି । ସରକାର ଚାହୁଁଛନ୍ତି, ଦିଲ୍ଲୀ କୋରୋନା ସହ ଲଢେଇରେ ଏକ ଆଦର୍ଶ ହୋଇ ରହୁ ଏବଂ ଏଥିରେ କୌଣସି ଭୁଲ କି ଅବହେଳା ନହେଉ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ପାଖକୁ ବାର୍ତ୍ତା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ସିଏମ୍ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ଯେତେବେଳେ ଆପଣ ଘରୁ ବାହାରକୁ ଯାଆନ୍ତି, ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ଅନୁସରଣ କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.