ETV Bharat / bharat

କଟିବ ଦିଲ୍ଲୀ ମେଟ୍ରୋ କର୍ମଚାରୀଙ୍କ ଦରମା: ଡିଏମଆରସି ନିର୍ଦ୍ଦେଶ

author img

By

Published : Aug 19, 2020, 3:00 PM IST

କୋରୋନା ସଂକ୍ରମଣ ହେତୁ ଏହାର ବିଶେଷ ପ୍ରଭାବ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଉପରେ ପଡୁଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପ୍ରତି ମାସରେ 300 କୋଟି କ୍ଷତି ସହୁଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ରେଳର କର୍ମଚାରୀମାନଙ୍କୁ ମିଳୁଥିବା ସୁବିଧା ଏବଂ ଭତ୍ତାକୁ ହ୍ରାସ କରିବାକୁ ଯାଉଛି।

କଟିବ ଦିଲ୍ଲୀ ମେଟ୍ରୋ କର୍ମଚାରୀଙ୍କ ଦରମା: ଡିଏମଆରସି ନିର୍ଦ୍ଦେଶ
କଟିବ ଦିଲ୍ଲୀ ମେଟ୍ରୋ କର୍ମଚାରୀଙ୍କ ଦରମା: ଡିଏମଆରସି ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ହେତୁ ଏହାର ବିଶେଷ ପ୍ରଭାବ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଉପରେ ପଡୁଥିବା ଦେଖିବାକୁ ମିଳିଛି । ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ ମାର୍ଚ୍ଚ ମାସଠାରୁ ସାରା ଦେଶକୁ ଲକଡାଉନ କରି ଦିଆଯାଇଥିଲା, ଯାହା ପରେ ଦିଲ୍ଲୀର ମେଟ୍ରୋ ସେବା ଏପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇନାହିଁ। ସେବେଠାରୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପ୍ରତି ମାସରେ 300 କୋଟି କ୍ଷତି ସହୁଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ରେଳର କର୍ମଚାରୀମାନଙ୍କୁ ମିଳୁଥିବା ସୁବିଧା ଏବଂ ଭତ୍ତା ଛାଡ ଆରମ୍ଭ ହେବାକୁ ଯାଉଛି।

ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରି କହିଛି ଯେ, କର୍ମଚାରୀଙ୍କ ସୁବିଧା ଏବଂ ଭତ୍ତା ଉପରେ 50 ପ୍ରତିଶତ ହ୍ରାସ କରାଯିବ। ଆଉ ଏହା ଅଗଷ୍ଟ ମାସରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ତେବେ ଦିଲ୍ଲୀ ମେଟ୍ରୋ ରେଳ ନିଗମର କର୍ମଚାରୀମାନେ ବର୍ତ୍ତମାନ ମୌଳିକ ବେତନର ମାତ୍ର 15.75 ପ୍ରତିଶତ ନେଇପାରିବେ। ଏଥି ସହିତ, ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ, ଡିଏମଆରସି ଲାପଟପ୍ ଆଡଭାନ୍ସ,, ଫେଷ୍ଟିଭାଲ୍ ଆଡଭାନ୍ସ,, ହାଉସ୍ ବିଲଡିଂ ଆଡଭାନ୍ସ,, ବହୁମୁଖୀ ଆଡଭାନ୍ସ, କର୍ମଚାରୀଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୁବିଧା ବନ୍ଦ କରି ଦେଇଛି । କିନ୍ତୁ କର୍ମଚାରୀମାନଙ୍କୁ ଚିକିତ୍ସା, ଭ୍ରମଣ କ୍ଷେତ୍ରରେ ରିହାତି, ମହଙ୍ଗାଇ ଭତ୍ତା ଭଳି ସୁବିଧା ଜାରି ରହିବ ।

ଦେଶରେ କୋରୋନା ସଂକ୍ରମଣ ମାମଲା 27 ଲକ୍ଷ ମାର୍କ ଅତିକ୍ରମ କରିଛି। ଏପର୍ଯ୍ୟନ୍ତ 27,02,743 ଲୋକ କୋରୋନା ସଂକ୍ରମିତ ହୋଇଥିବା ବେଳେ, 19,77,779 ଲୋକ ସୁସ୍ଥ ହୋଇଛନ୍ତି । କରୋନା କାରଣରୁ ଏପର୍ଯ୍ୟନ୍ତ 51797 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ 6,73,166 କୋରୋନା ସଂକ୍ରମିତ ସକ୍ରିୟ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.