ETV Bharat / bharat

କୋରୋନା ଆକ୍ରାନ୍ତ: ଦେଶରେ ମୋଟ 1238 ସଂକ୍ରମିତ, 35 ମୃତ୍ୟୁ - corona virus update

ଦେଶର ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ, ବର୍ତ୍ତମାନ ଦେଶରେ ମୋଟ 1238 ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ମୃତ୍ୟସଂଖ୍ୟା 35ରେ ପହଞ୍ଚିଛି ।

corona havoc in india
କୋରୋନା ଆକ୍ରାନ୍ତ
author img

By

Published : Apr 1, 2020, 8:41 AM IST

ନୂଆଦିଲ୍ଲୀ: ଦେଶର ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ, ବର୍ତ୍ତମାନ ଦେଶରେ ମୋଟ 1238 ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ମୃତ୍ୟସଂଖ୍ୟା 35ରେ ପହଞ୍ଚିଛି । ଅନ୍ୟପକ୍ଷେ ସରକାରଙ୍କ ମୁତାବିକ 123 ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରେ ଯୋଡି ହୋଇଥିୂା 24 ଲୋକ କୋରୋନା ପଜିଟିଭ ମିଳିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତତ୍ପରତା ବୃଦ୍ଧି ପାଇଛି । ଅନ୍ୟପକ୍ଷେ ମଧ୍ୟପ୍ରଦେଶ ସରକାର ସମାବେଶକୁ ଯାଇଥିବା ରାଜ୍ୟ 107ଜଣ ଲୋକଙ୍କ ମଧ୍ୟରୁ 82ଜଣଙ୍କ ଚିହ୍ନଟ କରିସାରିଲାଣି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସେମାନଙ୍କୁ ପୃଥକ ରଖାଯିବା ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କିଛିଦିନ ପୂର୍ବେ ଦିଲ୍ଲୀରେ ତବଲୀଗୀ ଜମାତ ପକ୍ଷରୁ ଏକ ଧାର୍ମିକ ସମାବେଶ ହୋଇଥିଲା । ଏଥିରେ 200ଜଣ କୋଭିଡ-19ର ସଂକ୍ରମଣର ଶିକାର ହୋଇଥିବା ବେଳେ ତେଲେଙ୍ଗାନାରେ 6ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର କୋରୋନା ଭାଇରସ ସଂକ୍ରମଣର 21 ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ 18ଜଣ ନିଜାମୁଦ୍ଦିନ ସମାବେଶରେ ଭାଗ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.