ETV Bharat / bharat

କୋରୋନା ଟୀକା ପାଇଁ ପରୀକ୍ଷା ଆରମ୍ଭ କଲେ ଆଇସିଏମଆର

author img

By

Published : May 4, 2020, 7:32 AM IST

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଏହା ରିସର୍ଚ୍ଚ କରିବାରେ ଲାଗିଛନ୍ତି ଯେ ବିଗତ ଦୁଇମାସ ମଧ୍ୟରେ କୋରୋନା ସଂକ୍ରମଣ ଦ୍ବାରା ଏହି ଭାଇରସ ‘ମ୍ୟୁଟେସେନ’ହୋଇଛି କି ନାହିଁ । ତେବେ ‘ମ୍ୟୁଟେସେନ’ର ଅର୍ଥ କୌଣସି କୋଶିକାରେ ଆନୁବଂଶିକ ପରିବର୍ତ୍ତନ ।

_icmr
କୋରୋନା ଟୀକା ପାଇଁ ପରୀକ୍ଷା ଆରମ୍ଭ କଲେ ଆଇସିଏମଆର

ନୂଆଦିଲ୍ଲୀ:ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଏହା ରିସର୍ଚ୍ଚ କରିବାରେ ଲାଗିଛନ୍ତି ଯେ ବିଗତ ଦୁଇମାସ ମଧ୍ୟରେ କୋରୋନା ସଂକ୍ରମଣ ଦ୍ବାରା ଏହି ଭାଇରସ ‘ମ୍ୟୁଟେସେନ’ହୋଇଛି କି ନାହିଁ । ତେବେ ‘ମ୍ୟୁଟେସେନ’ର ଅର୍ଥ କୌଣସି କୋଶିକାରେ ଆନୁବଂଶିକ ପରିବର୍ତ୍ତନ ।

ଆଇସିଏମଆରର ଜଣେ ବିଶିଷ୍ଠ ବୈଜ୍ଞାନିକଙ୍କ ଅନୁଯାୟୀ, ‘ସାର୍ସ-କୋବି-2 ଷ୍ଟ୍ରେନ’ରେ ପରିବର୍ତ୍ତନ ହୋଇଛି ନା ନାହିଁ ଜଣାପଡିବା ପରେ ହିଁ କୌଣସି ଟୀକାର ପ୍ରଭାବ ହେବ କି ନାହିଁ ତାହା ସୁନିଶ୍ଚିତ ହେବ ।

ଏଥିସହ ସେ କହିଛନ୍ତି, ଏହି ଭାଇରସ ଅଧିକ ଭୟାବହ ହୋଇଛି କି ନାହିଁ ଏବଂ ଏହାର ସଂକ୍ରମଣ ବଢିବା କ୍ଷମତା ବୃଦ୍ଧି ପାଇଛି କି ନାହିଁ ତାହା ପରୀକ୍ଷାରୁ ଜଣାପଡିବ । କୋରୋନା ଆକ୍ରାନ୍କ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷାରୁ ଜଣାପଡିବ ଯେ ଏହି ଭାଇରସରେ ବଂଶାନୁକ୍ରମିକ ପରିବର୍ତ୍ତନ ହୋଇଛି କି ନାହିଁ ।

ବୈଜ୍ଞାନିକଙ୍କ ମୁତାବକ, ଲକଡାଉନ ଶେଷ ହେବା ପରେ ହିଁ ଏହି ପରୀକ୍ଷା କରାଯାଇପାରିବ । କାରଣ ଏବେ ବିଭିନ୍ନ ରାଜ୍ୟର ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ରକ୍ତ ନମୂନା ଆଣି ପରୀକ୍ଷା କରିବା ଅସମ୍ଭବ ।

ଅନ୍ୟ ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଜିଆଇଏସଆଇଡି ଅନୁଯାୟୀ ଅନ୍ୟ ଦେଶ ତୁଳନାରେ ଭାରତ କୋରୋନା ଭାଇରସରେ ଏବେ ଯାଏଁ 0.2ରୁ 0.9 ପ୍ରତିଶତ ରହିଛି ।

ଜିଆଇଏସଆଇଡି ଅନୁଯାୟୀ, ବିଭିନ୍ନ ଦେଶ ଫେରି ଭାରତ ପହଞ୍ଚୁଥିବା ଲୋକଙ୍କ ଠାରେ ଭିନ୍ନ ଭିନ ସ୍ବରୁପ ଦେଖାଯାଉଛି । ଭାରତରେ ବର୍ତ୍ତମାନ କୋରୋନା ଭାଇରସର 3ଟି ସ୍ବରୁପ ଜଣାପଡିଛି । ପ୍ରଥମ ଭାଇରସ ଉହାନରୁ ଏବଂ ଅନ୍ୟ ଦୁଇ ଇଟାଲୀ ଏବଂ ଇରାନରୁ ଆସିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.