ETV Bharat / bharat

ଜାତୀୟ ସଂଗୀତ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାମୀଙ୍କ ଚିଠି, ଅସନ୍ତୋଷ ପ୍ରକାଶ କଲା ବିଶ୍ବକବିଙ୍କ ପରିବାର

author img

By

Published : Dec 13, 2020, 10:56 PM IST

ଜାତୀୟ ସଂଗୀତ ‘ଜନ ଗଣ ମନ ’ କୁ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପୁଣି ବିବାଦରେ ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ । ପଢନ୍ତୁ ଅଧିକ.....

ଜାତୀୟ ସଂଗୀତ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାମୀଙ୍କ ଚିଠି , ତୀବ୍ର ଅସନ୍ତୋଷ ପ୍ରକାଶ କଲା ବିଶ୍ବକବିଙ୍କ ପରିବାର

କୋଲକାତା: ଜାତୀୟ ସଂଗୀତ ‘ଜନ ଗଣ ମନ ’ କୁ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପୁଣି ବିବାଦରେ ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ । ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ରାଷ୍ଟ୍ରଗାନ ପରିବର୍ତ୍ତନ କେବଳ ତାଙ୍କର ନିଜସ୍ବ ଦାବି ନୁହେଁ ବରଂ ଏହା ଦେଶର ଯୁବ ସମାଜ ମଧ୍ୟରୁ ଏକ ବଡ ଭାଗ ଚାଁହୁଛନ୍ତି । ରାଷ୍ଟ୍ରଗାନରେ ବ୍ୟବହୃତ ହୋଇଥିବା ସିନ୍ଧୁ ଶବ୍ଦକୁ ନେଇ ସ୍ବାମୀ ଆପତ୍ତି ଉଠାଇଥିବା କୁହାଯାଉଛି । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କ ପତ୍ରର ପ୍ରତି ଉତ୍ତରକୁ ନେଇ ସେ ଖୁସି ଅଛନ୍ତି ଓ ଖୁବ ଶୀଘ୍ର ତାଙ୍କ ଦାବି ଉପରେ ସରକାର ବିଚାର ଆରମ୍ଭ ହେବା ନେଇ ମଧ୍ୟ ସେ ଆଶାବାଦୀ ଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି ।

ସ୍ବାମୀଙ୍କ ଏପରି କାର୍ଯ୍ୟ କଳାପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଜାତୀୟ ସଂଗୀତର ରଚୟିତା ତଥା ବିଶ୍ବକବି ରବିନ୍ଦ୍ର ନାଥ ଟାଗୋରଙ୍କ ବଂଶଧର । ବିଶ୍ବକବିଙ୍କ ବଂଶଧର ସୁପ୍ରିୟୋ ଟାଗୋର ସ୍ବାମୀଙ୍କର ଏପରି ଦାବି ଯୁକ୍ତି ଅସଂଗତ ବୋଲି କହିବା ସହ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଏପରି ଦାବି ଉଠିବା ହାସ୍ୟାସ୍ପଦ ଓ ମର୍ମାହତ କଳାଭଳି । ପୁର୍ବରୁ ଏମିତି ଦାବି କେହି କରିନଥିବା କଥା ମଧ୍ୟ ସେ କହିଛନ୍ତି । ରାଷ୍ଟ୍ର ଗାନକୁ ନା ବଦଳାଯିବାର ଆବଶ୍ୟକତା ଅଛି ନା ତାକୁ କେହି ବଦଳାଇ ପାରିବେ ବୋଲି ସୁପ୍ରିୟୋ କହିଛନ୍ତି ।

ଏହି ମାମଲାରେ ବିଶ୍ବ ଭାରତୀର ପୂର୍ବତନ କୁଳପତି ସବୁଜକଲି ସେନ ସ୍ବାମୀଙ୍କ ଏପରି ଦାବିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସ୍ବାମୀ ସବୁବେଳେ ତାଙ୍କ ବୟାନବାଜୀ ପାଇଁ ଚର୍ଚ୍ଚାରେ ରହିବାକୁ ଚାହାନ୍ତି । ତେଣୁ ସେ ଏହିପରି ହାଲୁକା ଓ ସସ୍ତା ମନ୍ତବ୍ୟ ଦେଇଛନ୍ତି । ସବୁଜକଲି ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଯଦି ରାଷ୍ଟ୍ରଗାନରେ ବ୍ୟବହାର ହୋଇଥିବା ସିନ୍ଧୁ ଶବ୍ଦ ପ୍ରତି ସ୍ବାମୀଙ୍କର ଆପତ୍ତି ଥାଏ ତାହେଲେ କଣ ଇତିହାସ ବଦଳାଇ ଦିଆଯିବା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ସ୍ବାମୀ ଏପରି ପ୍ରାୟୋଜିତ ବୟାନ କରୁଥିବା କଥା ସେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.