ETV Bharat / bharat

70ତମ ସମ୍ବିଧାନ ଦିବସ; 103 ଥର ହୋଇସାରିଲାଣି ସଂଶୋଧନ - 70ତମ ସମ୍ବିଧାନ ଦିବସ

ଦେଶ 70ତମ ସମ୍ବିଧାନ ଦିବସ ପାଳୁଥିବା ବେଳେ ସମୁଦାୟ 103 ଥର ସଂଶୋଧିତ ହୋଇଛି ଦେଶର ସମ୍ବିଧାନ । ଏନେଇ ଦେଖନ୍ତୁ ବିସ୍ତୃତ ତଥ୍ୟ ।

Constitutional Amendment
ଡ଼ିଜାଇନ୍ ଫଟୋ
author img

By

Published : Nov 26, 2019, 6:57 PM IST

ହାଇଦ୍ରାବାଦ: ଆଜି ଦେଶ ପାଳୁଛି 70ତମ ସମ୍ବିଧାନ ଦିବସ । ବିଧାନସଭାରୁ ସଂସଦ ସବୁଠି ଶୁଭୁଛି ସମ୍ବିଧାନର ସ୍ବର । କିନ୍ତୁ ଏହି ଦିବସରେ ଆସନ୍ତୁ ଜାଣିବା ଦେଶରେ ସଂଶୋଧିତ ହୋଇଥିବା ସମ୍ବିଧାନର ସଂପୂର୍ଣ୍ଣ ବିବରଣୀ ।

ବର୍ତ୍ତମାନ ସୁଦ୍ଧା ପାଖାପାଖି 103ଥର ସଂଶୋଧିତ ହୋଇସାରିଲାଣି ଆମ ଦେଶର ସମ୍ବିଧାନ । ମୁଖ୍ୟତଃ ନିର୍ବାଚନ ସମୟରେ ବିଭିନ୍ନ ଆଇନକୁ ସଂଶୋଧିତ କରିବାର ଆବଶ୍ୟକତା ପଡ଼ିଥାଏ । ଏହା ସହ ପରିବର୍ତ୍ତିତ ସମାଜର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ସମ୍ବିଧାନର ବିଭିନ୍ନ ନିୟମକୁ ପରିବର୍ତ୍ତନ କରିବାକୁ ମଧ୍ୟ ପଡ଼ିଥାଏ ।

ପ୍ରଥମ ସଂଶୋଧନ(1951)

ଦେଶରେ ସମ୍ବିଧାନର ପ୍ରଥମ ସଂଶୋଧନ 1951 ମସିହାରେ ହିଁ ହୋଇଥିଲା । ନ୍ୟାୟିକ ବ୍ୟବସ୍ଥାରେ କିପରି ଜମିର ସୁଧାର କରାଯାଇପାରିବ । ଏହା ସହିତ ଅନେକ ଅଧିନିୟମର ସଂରକ୍ଷଣକୁ ନେଇ ହୋଇଥିଲା ସଂଶୋଧନ । ସେହିପରି ବ୍ୟକ୍ତିର ମୌଳିକ ଅଧିକାର, ବାକ୍ ସ୍ବାଧିନତା ଅଧିକାରକୁ ପରିଭାଷିତ କରାଯାଇ 3 ଦ୍ବାରା ସଂଯୋଗ ମଧ୍ୟ କରାଯାଇଥିଲା ।

ସପ୍ତମ ସଂଶୋଧନ(1956)

ଭାଷାଗତ ବିଭିନ୍ନତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶକୁ 14 ରାଜ୍ୟ ଓ 6ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରାଗଲା । ସେହିପରି ବିଭିନ୍ନ ଭାଷାର ସୁରକ୍ଷା ପାଇଁ ଅଧିନିୟମ 350-A ଦ୍ବାରା ସାମିଲ କରାଯାଇଥିଲା ।

24ତମ ସଂଶୋଧନ(1971)

ସମ୍ବିଧାନର ନିୟମକୁ ଏକ ଉପଧାରାରେ ପରିଣତ କରିବା ପାଇଁ ଲୋକସଭାରେ ବିଲ ପାସ । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଲ ପାସ ହେବା ପରେ ତାହା ଆଇନରେ ପରିଣତ ହେବାକୁ ରାଷ୍ଟ୍ରପତିଙ୍କ ଦ୍ବାରା ଅନୁମୋଦିତ ।

42ତମ ସଂଶୋଧନ (1976)

ସମ୍ବିଧାନରେ ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଏହି ତିନୋଟି ଶଦ୍ଦକୁ ଜୋଡ଼ା ଗଲା । ଏଥିସହିତ ନାଗରିକକୁ ନିଜର ମୌଳିକ କର୍ତ୍ତବ୍ୟ ଜାଣିବା ଦିଗରେ ସୂଚୀବଦ୍ଧ କରାଗଲା ।

44ତମ ସଂଶୋଧନ (1978)

ଜରୁରୀକାଳୀନ ପରିସ୍ଥିତିରେ ସଂଶୋଧନ । ଏହି ସଂଶୋଧନରେ ଏହା କୁହାଯାଇଛି ଯେପର୍ଯ୍ୟନ୍ତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଲିଖିତ ରୂପେ ସୂଚିତ ନ କରିଛି , ସେପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବ ନାହିଁ । ଏହା ସହ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ଶ୍ରେଣୀରୁ ହଟାଇ ଦିଆଗଲା ।

73ତମ ଓ 74ତମ ସଂଶୋଧନ (1992)

ସ୍ଥାନୀୟ ସ୍ବାୟତ୍ତ ଶାସନର ଆରମ୍ଭ । ଗ୍ରାମପଞ୍ଚାୟତକୁ ସାମ୍ବିଧାନିକ ପାହ୍ୟା ପ୍ରଦାନ । ନଗରପାଳିକାରେ ଏକ ନୂଆ ଅଂଶ ଯୋଡାଗଲା । ସ୍ଥାନୀୟ ଅଞ୍ଚଳରେ ସିଧାସଳଖ ନିର୍ବାଚନ ।

86ତମ ସଂଶୋଧନ (2002)

ଏହି ସଂଶୋଧନ ଅନୁସାରେ 6ରୁ 14 ବର୍ଷର ବାଳକ ବାଳିକାଙ୍କ ଶିକ୍ଷା ଅଧିକାର ମୌଳିକ ଅଧିକାର ରୂପେ ପରିଗଣିତ ହେଲା । ଏହା ମାଗଣା ଓ ଅନିର୍ବାର୍ଯ୍ୟ ଶିକ୍ଷା ପ୍ରଦାନ କରିଥାଏ ।

101ତମ ସଂଶୋଧନ (2016)

ବସ୍ତୁ ଓ ସେବା କର ଅନୁଛେଦ 269-A ଓ 279-Aର ଆରମ୍ଭ ସହ ଏହାକୁ ଲାଗୁ କରାଗଲା ।

202ତମ ସଂଶୋଧନ (2018)

ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ପାହ୍ୟା ପ୍ରଦାନ । ସାମାଜିକ ଓ ଶୈକ୍ଷଣିକ ରୂପେ ଏହି ଆୟୋଗକୁ ପଛୁଆ ବର୍ଗଙ୍କ ଅଭିଯୋଗ ଓ କଲ୍ୟଣାକରୀ ମାନଦଣ୍ଡର ଯାଞ୍ଚ କରିବାର ଅଧିକାର ଦିଆଗଲା ।

103ତମ ସଂଶୋଧନ (2019)

ଶିକ୍ଷା ଓ ନିଯୁକ୍ତିରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ 10 ପ୍ରତିଶତ ଆରକ୍ଷଣ ପ୍ରଦାନ ।

ମତଦାନ ବୟସସୀମା 18 ବର୍ଷକୁ ବୃଦ୍ଧି

1988 ମସିହା ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ସମ୍ବିଧାନର 61ତମ ସଂଶୋଧନରେ ମତଦାନର ନ୍ୟୁନତମ ବୟସସୀମା 18 ବର୍ଷ କରିବା ନେଇ ପରିକଳ୍ପନା କରାଯାଇଥିଲା । ଏହି ବୟସସୀମା ପୂର୍ବରୁ 21 ବର୍ଷ ଥିଲା । ଏହି ସଂଶୋଧନ ଫଳରେ ନୂତନ ପିଢିର ଯୁବବର୍ଗଙ୍କୁ 18 ବର୍ଷରେ ଭୋଟ ଦେବା ସହ ନିଜ ପସନ୍ଦର ନେତା ଚୟନ ପାଇଁ ସୁବିଧା ମିଳିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.