ETV Bharat / bharat

ମୋଦିଙ୍କ ବିରୋଧରେ ଇସିଆଇଙ୍କୁ କଂଗ୍ରେସର ଚିଠି

ଶନିବାର ମୋଦି ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବାକୁ ଯାଇ କହିଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜୀବନ‘ଭ୍ରଷ୍ଟାଚାର ନଂ-1’ରେ ସମାପ୍ତ ହୋଇଗଲା । ଏନେଇ ଇସିଆଇଙ୍କ ଦ୍ବାରସ୍ଥ ହୋଇଛନ୍ତି କଂଗ୍ରେସ ।

ଫାଇଲ ଫଟୋ
author img

By

Published : May 6, 2019, 9:11 AM IST

Updated : May 6, 2019, 10:26 AM IST

ନୂଆଦିଲ୍ଲୀ: କଂଗ୍ରେସ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମୋଦିଙ୍କ ବିରୋଧରେ ଏକ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦର୍ଶ ଆଚାର ବିଧି ଉଲଙ୍ଘନ କରିଛନ୍ତି । ତେଣୁ ଏହି ମାମଲାର ତଦନ୍ତ କରାଯାଉ ।

ସୂଚନା ଅନୁଯାୟୀ, ଶନିବାର ମୋଦି ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ । ଯେଉଁଥିରେ ସେ କହିଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜୀବନ‘ଭ୍ରଷ୍ଟାଚାର ନଂ-1’ରେ ସମାପ୍ତ ହୋଇଗଲା ।

ତେବେ ଏଥିରେ ଚୁପ୍ ରହିନଥିଲା କଂଗ୍ରେସ ଦଳ । ତେଣୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିବାକୁ ଯାଇ କଂଗ୍ରେସ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲା ଯେ, ପ୍ରଧାନମନ୍ତ୍ରୀ ନା କେବଳ ଆଦର୍ଶ ଆଚାର ବିଧି ଉଲଙ୍ଘନ କରିଛନ୍ତି ବରଂ ଭାରତ ରତ୍ନରେ ସମ୍ମାନିତ ହୋଇଥିବା ଶହୀଦଙ୍କୁ ଅପମାନ କରିଛନ୍ତି । ତେଣୁ ତାଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସାର୍ବଜନୀନ ରାଲିରେ ଏପରି ମନ୍ତବ୍ୟ ଉପରେ ରୋକ ଲଗାଇବା ପାଇଁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

ଏପଟେ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିୱାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲୋକସଭା ନିର୍ବାଚନରେ ନିଜର ହାର ସ୍ବୀକାର କରିଛନ୍ତି, ସେଥିପାଇଁ ସେ ଏପରି ମନ୍ତବ୍ୟ ଦେଉଛନ୍ତି ।

Intro:Body:

dffgd

Conclusion:
Last Updated : May 6, 2019, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.