ETV Bharat / bharat

ଚିଦାମ୍ବରମଙ୍କ ସମର୍ଥନରେ ରାହୁଲ-ପ୍ରିୟଙ୍କା - congress support

ପି ଚିଦାମ୍ବରମଙ୍କୁ ଖୋଲାଖୋଲି ସମର୍ଥନ କରୁଛି କଂଗ୍ରେସ । ଚିଦାମ୍ବରମ୍‌ଙ୍କୁ ସମର୍ଥନ କରିବା ସହ ଏନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ଫାଇଲ ଫଟୋ
author img

By

Published : Aug 21, 2019, 5:06 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଘେରରେ ଥିବା ଚିଦାମ୍ବରମଙ୍କୁ ଖୋଲାଖୋଲି ଭାବରେ ସମର୍ଥନ କରିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍‌ଙ୍କୁ ସମର୍ଥନ କରିବା ସହ ଏନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ମୋଦି ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଓ କିଛି ଗଣମାଧ୍ୟମ ଜରିଆରେ ଚିଦାମ୍ବରମଙ୍କ ଚରିତ୍ରଙ୍କୁ ଖରାପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ । ସେପଟେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, ଚିଦାମ୍ବରମ୍‌ କେନ୍ଦ୍ର ସରକାରଙ୍କ ସତ୍ୟତାଙ୍କୁ ପଦାକୁ ଆଣିବାକୁ ପ୍ରୟାସ କରିଥିଲେ । ତେଣୁ ସରକାର ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ।

rahul
ଫଟୋ ସୌଜନ୍ୟ: ଟ୍ବିଟର@@RahulGandhi

କେନ୍ଦ୍ର ସରକାର କ୍ଷମତାର ଦୂରପଯୋଗକୁ କରୁଥିବା କହିଛନ୍ତି ରାହୁଲ । ଦଳ ଚିଦାମ୍ବରମଙ୍କୁ ସୁବବେଳେ ଏବଂ ସବୁ ପରିସ୍ଥିତିରେ ସମର୍ଥନ କରିବ ବୋଲି କହିଛନ୍ତି ପ୍ରିୟଙ୍କା । ଫଳାଫଳ ଯାହାବି ହେଉନା କାହିଁକି ଆମେ ତାଙ୍କ ସହ ଅଛୁ । ଯୋଗ୍ୟ ଓ ସମ୍ମାନିତ ରାଜ୍ୟସଭା ସାଂସଦ ପି. ଚିଦାମ୍ବରମ ଦଶନ୍ଧି ଧରି ଦେଶର ସେବା କରିଛନ୍ତି । ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ ସେ ଦେଶର ସେବା କରି ଆସିଛନ୍ତି । ସେ ବର୍ତ୍ତମାନ ସରକାରର ଅସଫଳତାକୁ ପଦାରେ ପକାଇବାକୁ ଚେଷ୍ଟା କରିବାରୁ ସରକାର ଏଭଳି କରୁଥିବା କହିଛନ୍ତି ପ୍ରିୟଙ୍କା ।

priyanka
ଫଟୋ ସୌଜନ୍ୟ: ଟ୍ବିଟର@priyankagandhi

ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ ହାଇକୋର୍ଟରୁ ନିରାଶ ହେବାପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଅଶ୍ବସ୍ତି ମିଳିନାହିଁ । ସେପଟେ ଇଡି ଏବଂ ସିବିଆଇ ଅଧିକାରୀ ତାଙ୍କୁ ଗିରଫ କରବା ପାଇଁ ଖୋଜୁଛନ୍ତି । ଚିଦାମ୍ବରମ୍‌ଙ୍କୁ ନେଇ ଲୁକ ଆଉଟ ନୋଟିସ୍‌ ମଧ୍ୟ ଜାରି କରାଯାଇଛି । ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.