ETV Bharat / bharat

‘ଆରଏସଏସ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି’

ସୋମବାର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କର୍ଣ୍ଣାଟକ ଇତିହାସରେ ପ୍ରଥମ ଥର ଲାଗି 3 ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛନ୍ତି । ଗୋବିନ୍ଦ ମକଥାପ୍ପା କରଜୋଲ, ଅଶ୍ବଥ ନାରାୟଣ ସିଏନ ଓ ଲକ୍ଷ୍ମଣ ସାଙ୍ଗପ୍ପା ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

author img

By

Published : Aug 27, 2019, 3:32 PM IST

ଇଭାନ ଡି ସୌଜା(ଫାଇଲ ଫଟୋ)

ବେଙ୍ଗାଲୁରୁ: ‘କର୍ଣ୍ଣାଟକରେ ବିଜେପି ଶାସନ କରୁନି । ଆରଏସଏସ ନିର୍ଦ୍ଦେଶରେ ସେଠାରେ ସବୁକିଛି ହେଉଛି । ଆରଏସଏସ ନିର୍ଦ୍ଦେଶରେ ହିଁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା 3 ଜଣ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରିଛନ୍ତି’ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ବିଜେପିକୁ ଟାର୍ଗେଟ କରି ଦଳର ନେତା ଇଭାନ ଡି ସୌଜା ଏପରି ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ସୋମବାର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କର୍ଣ୍ଣାଟକ ଇତିହାସରେ ପ୍ରଥମ ଥର ଲାଗି 3 ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛନ୍ତି । ଗୋବିନ୍ଦ ମକଥାପ୍ପା କରଜୋଲ, ଅଶ୍ବଥ ନାରାୟଣ ସିଏନ ଓ ଲକ୍ଷ୍ମଣ ସାଙ୍ଗପ୍ପା ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ନେତା ଇଭାନ କହିଛନ୍ତି ଯେ ରାଜ୍ୟରେ ଆରଏସଏସ ନିର୍ଦ୍ଦେଶରେ ଏପରି କାର୍ଯ୍ୟ ଚାଲିଛି । ଏହି ନିର୍ଦ୍ଦେଶ ନାଗପୁରରୁ ଆସିଛି । ଏପରିକି ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ମଧ୍ୟ ଆରଏସଏସ ନିର୍ଦ୍ଦେଶରେ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

Evan d souza
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଏହାସହ ସେ କହିଛନ୍ତି ଯେ ଏପରି ଘଟଣା କର୍ଣ୍ଣାଟକ ଇତିହାସରେ ପ୍ରଥମ ଥର ଘଟିଛି । ଏହା ଲୋକଙ୍କ ମତ ବିରୋଧ । କାରଣ ଜନତା କେବେ ବି ଏପରି ନିଷ୍ପତ୍ତିକୁ ସମର୍ଥନ କରିବେ ନାହିଁ । ଇଭାନ ମଧ୍ୟ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାରଙ୍କୁ ସମାଲୋଚନା କରିଛନ୍ତି । ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ସେଟ୍ଟାର କ୍ୟାବିନେଟ ପାହ୍ୟା ପାଇଛନ୍ତି ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ରହିବା ସତ୍ତ୍ବେ କିପରି ଏହି ପଦବୀ ପ୍ରତି ସେ ଲୋଭ ପ୍ରକାଶ କଲେ ବୋଲି ଇଭାନ ପ୍ରଶ୍ନ କରିଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ହେଲେ ନିଜର ଆତ୍ମସମ୍ମାନ ରହିବା ଆବଶ୍ୟକ । ହେଲେ ସେଟ୍ଟାରଙ୍କର ତାହା ନଥିବା ପରି ଲାଗୁଛି । ନିଜ ଜୁନିୟରଙ୍କ ଅଧୀନରେ ସେ କିପରି କାମ କରିବାକୁ ରାଜି ହୋଇପାରିଲେ ବୋଲି ଇଭାନ ପ୍ରଶ୍ନ କରିଛନ୍ତି । ଏହାସହ ସେ ସେଟ୍ଟାରଙ୍କୁ ଇସ୍ତଫା ଦେବା ଲାଗି ଆହ୍ବାନ ଦେଇଛନ୍ତି ।

Intro:Body:

d6uijk

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.