ନୂଆଦିଲ୍ଲୀ: ଅଧ୍ୟକ୍ଷ ପଦ ନ ଛାଡ଼ିବାକୁ ରାହୁଲଙ୍କୁ ଅପିଲ କରୁଛନ୍ତି କର୍ମୀ । କିନ୍ତୁ ନିଜ ଜିଦରେ ଅଟଳ ଥିବା ରାହୁଲଙ୍କୁ ମନାଇବାକୁ ଉଦ୍ଯମରତ କଂଗ୍ରେସ ନେତା । ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା । ରାହୁଲ ନିଜ ଇସ୍ତଫାପତ୍ର ଫେରାଇ ନେବାକୁ ଅପିଲ କରି ଆତ୍ମହତ୍ଯା ଉଦ୍ଯମ କରିଛନ୍ତି ଜଣେ କର୍ମୀ ।
କଂଗ୍ରେସ କାର୍ଯ୍ୟାଳୟ ବାହାରେ ଥିବା ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ କର୍ମୀ । ସେଠାରେ ଥିବା ଅନ୍ୟ କର୍ମୀମାନେ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ପରେ ପୋଲିସ ସେଠାରେ ପହଁଚି ତାକୁ ଉଦ୍ଧାର କରିଥିଲା । ରାହୁଲ ଗାନ୍ଧୀ ଇସ୍ତଫା ପତ୍ର ଫେରାଇ ନେବା ଦାବିରେ କର୍ମୀ ଜଣଙ୍କ ଆତ୍ମହତ୍ଯା ପ୍ରୟାସ କରିଥିବା ପୋଲିସକୁ କହିଛି ।