ETV Bharat / bharat

3 ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଝାଡଖଣ୍ଡ କଂଗ୍ରେସ - ଝାଡଖଣ୍ଡ ବିଧାନସଭା ନିର୍ବାଚନ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ତିନୋଟି ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 23, 2019, 12:01 AM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ତିନୋଟି ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛି । ଏହି 3ଟି ଆସନରେ କଂଗ୍ରେସ ସିମରିୟା ସିଟ୍‌ରେ ଯୋଗେନ୍ଦ୍ର ବୈଠାଙ୍କୁ ଟିକେଟ ପ୍ରଦାନ କରିଛି । ଏହାସହ ବଗୋଦର ସିଟ୍‌ରେ ବାସୁଦେବ ବର୍ମା ଓ ବୋକାରୋ ସିଟ୍‌ରେ ଶ୍ବେତା ସିଂହଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଛି ।

Jharkhand legislative assembly elections
ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଯୋଗ୍ୟ ଯେ ୮୧ ଆସନ ପାଇଁ ଏଠାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୩୦ରୁ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୨୩ରେ ଗଣତି କରାଯିବ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ୧୨ ଡିସେମ୍ବର, ଚତୁର୍ଥ ପର୍ଯ୍ୟାୟ ୧୬ ଡିସେମ୍ବର ଓ ପଞ୍ଚମ ପର୍ଯ୍ୟାୟ ୨୦ ଡିସେମ୍ବରରେ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ଗଣତି କରାଯିବ ବୋଲି ସ୍ଥିର କରାଯାଇଛି।

ଚଳିତ ନିର୍ବାଚନରେ କଂଗ୍ରେସ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଓ ରାଷ୍ଟ୍ରୀୟ ଜନତା ଦଳ(RJD) ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ସିଟ୍‌ ବୁଝାମଣା ଅନୁସାରେ 81 ସିଟ୍‌ ବିଶିଷ୍ଟ ବିଧାନସଭା ଆସନରେ ଜେଏମଏମ୍‌ 43, କଂଗ୍ରେସ 31 ଓ ଆରଜେଡି 7ଟି ସିଟ୍‌ରେ ନିର୍ବାଚନ ଲଢିବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.