ETV Bharat / bharat

ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ - ଗଙ୍ଗାରାମ ହସ୍ପିଟାଲ

ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

author img

By

Published : Jul 30, 2020, 8:28 PM IST

Updated : Jul 30, 2020, 9:42 PM IST

20:16 July 30

ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଅସୁସ୍ଥ ହୋଇପଡିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସୋନିଆଙ୍କର ରୁଟିନ ଚେକଅପ୍‌ ହୋଇଥିବା ଜଣାପଡିଛି । ତେବେ କଂଗ୍ରେସ ଅଧ୍ୟକ୍ଷାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଗଙ୍ଗାରାମ ହସ୍ପିଟାଲର ପକ୍ଷରୁ ସୂଚନା ଦିଆଯାଇଛି ।

ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ହେଲ୍‌ଥ ବୁଲେଟିନ ଅନୁସାରେ  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ସନ୍ଧ୍ୟା 7 ଟାରେ ରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ରୁଟିନ ଚେକ୍‌ଅପ୍‌ ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସୋନିଆ ଗାନ୍ଧୀ ବର୍ତ୍ତମାନ କଂଗ୍ରେସ ଦଳର ଅନ୍ତରୀଣ ଅଧିକ୍ଷ ରହିଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ସେ 2017ରେ ଦଳର ଅଧକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଅଧକ୍ଷ ଚୟନ କରାଯାଇଥିଲା, କିନ୍ତୁ ମେ 2019ରେ ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେଇଥିଲେ, ଯାହା ଫଳରେ ସୋନିଆଙ୍କୁ ଅନ୍ତରୀଣ ଅଧକ୍ଷ ଭାବରେ ଦଳର ପଦଭାର ସମ୍ଭାଳିବାକୁ ପଡିଥିଲା ।

Last Updated : Jul 30, 2020, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.