ETV Bharat / bharat

ନିର୍ବାଚନ ପରେ ପୁଣି ପୂର୍ବ ନାରା ଦେଲେ ରାହୁଲ - wayanad

ପୁଣି ଶୁଭିଲା ‘ଚୌକିଦାର ଚୋର ହେ’ ନାରା। ଯେଉଁଠୁ ଜିତିଥିଲେ, ସେଠାରୁ ହିଁ ନାରା ଦେଲେ ରାହୁଲ।

ଫାଇଲ ଫଟୋ
author img

By

Published : Jun 8, 2019, 2:19 PM IST

ନୂଆଦିଲ୍ଲୀ: ‘ଚୌକିଦାର ଚୋର ହେ’ । ବେଶ କିଛି ଦିନ ହେଲା ଶୁଣିବାକୁ ମିଳୁନଥିଲା ଏହି ନାରା । 2019 ନିର୍ବାଚନରେ କଂଗ୍ରେସ ଘୋର ବିପର୍ଯ୍ୟୟ ସାମ୍ନା କରିବା ପରେ କିଛି ସମୟ ପାଇଁ ଏଥିରୁ ବିରତ ରହିଥିଲେ ରାହୁଲ । ଆଉ ଏବେ ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାହୁଲଙ୍କ ମୁହଁରେ ‘ଚୌକିଦାର ଚୋର ହେ’ ନାରା । ଆଗକୁ ଦିଲ୍ଲୀ ଏବଂ 3 ରାଜ୍ୟ ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ ଏହି ନାରା ଦେଇ ନିଜକୁ ପ୍ରସ୍ତୁତ ଥିବା ଦର୍ଶାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ।

ଯେଉଁ ଆସନରୁ ରାହୁଲ ବିଜୟୀ ହୋଇଥିଲେ, ସେହି ଆସନରୁ ହିଁ ଶୁଭିଲା ‘ଚୌକିଦାର ଚୋର ହେ’ ନାରା । ନାରା ସେହି ସମୟରେ ଆରମ୍ଭ ହେଲା, ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ବି କେରଳ ଗସ୍ତରେ ଅଛନ୍ତି । ନିର୍ବାଚନ ପରେ ପ୍ରଥମ ଥର ପାଇଁ ପୁରୁଣା ନାରା ଦେଲେ ରାହୁଲ । ବିଚାରଧାରର ଲଢେଇ ଯେ କେବେ ବନ୍ଦ ହେବ ନାହିଁ ଏବଂ ମୋଦି ବିରୋଧୀ ଲଢେଇ ଜାରି ରହିବ, ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଠା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ନିର୍ବାଚନ ପରେ ତିନିଦିନିଆ କେରଳ ଗସ୍ତରେ ଯାଇଛନ୍ତି ରାହୁଲ । ନିଜ ନିର୍ବାଚନ ମଣ୍ଡଳୀ ୱାୟନାଡରେ ସେ କହିଛନ୍ତି, ‘‘ମୋଦି ସର୍ବଦା ବିଷର ପ୍ରୟୋଗ କରନ୍ତି। ମୁଁ କଡା ଶବ୍ଦର ବ୍ୟବହାର କର। କିନ୍ତୁ ମୋଦି ଦେଶକୁ ବାଣ୍ଟିବା ପାଇଁ ଘୃଣାର ମଞ୍ଜି ବୁଣନ୍ତି । ’’

Intro:Body:

xcxc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.