ETV Bharat / bharat

ଲୋକସଭାରେ ପିଏମଙ୍କ ଟାର୍ଗେଟ, କଂଗ୍ରେସକୁ କନଫ୍ୟୁଜ ପାର୍ଟି କହିଲେ ପ୍ରଧାନମନ୍ତ୍ରୀ - ବଜେଟ ଅଧିବେଶନ

କଂଗ୍ରେସ ଏକ କନଫ୍ୟୁଜ ପାର୍ଟି ବୋଲି ଲୋକସଭାରେ ସମ୍ବୋଧନ ସମୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଲୋକସଭାରେ ପିଏମଙ୍କ ଟାର୍ଗେଟ, କଂଗ୍ରେସକୁ କନଫ୍ୟୁଜ ପାର୍ଟି କହିଲେ ପ୍ରଧାନମନ୍ତ୍ରୀ

author img

By

Published : Feb 10, 2021, 6:37 PM IST

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜର ବାର୍ତ୍ତା ରଖିବା ସମୟରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ପିଏମଙ୍କ ସମ୍ବୋଧନ ସମୟରେ ୱାକଆଉଟ କରିଯାଇଥିଲେ କଂଗ୍ରେସ ସାଂସଦ । ଏହା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ନା ନିଜର ନା ଦେଶର ଭଲ କରିପାରିବ । ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସର ଭିନ୍ନ ଭିନ୍ନ ଆଭିମୁଖ୍ୟ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ କେବଳ ଏତିକି ନୁହେଁ, କଂଗ୍ରେସ ଏକ କନଫ୍ୟୁଜ ପାର୍ଟି ବୋଲି କଟାକ୍ଷ କରି କହିଛନ୍ତି ପିଏମ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯାହା ହେବ ନାହିଁ ତାକୁ ନେଇ ଭୟ ସୃଷ୍ଟି କରାଯାଉଛି । ଏହି ପଦ୍ଧତି ଆନ୍ଦୋଳନଜୀବୀ ଆପଣାନ୍ତି ବୋଲି ସେ କହିଛନ୍ତି । ଚାଷୀଙ୍କ ଅଧିକାର କିଏ ଛଡାଇନେଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ସମୟ ବଦଳିବା ସହିତ ପ୍ରଗତିଶୀଳ ହେବା ପାଇଁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିବ । ଏଥିପାଇଁ ସେ ତିନି ତଲାକ, ଶିକ୍ଷା ନୀତି ବିଷୟରେ ମଧ୍ୟ ଉଦାହରଣ ଦେଇଛନ୍ତି ।

ଲୋକସଭାରେ ପିଏମ ନିଜ ବାର୍ତ୍ତା ରଖୁଥିବାବେଳେ ହଙ୍ଗାମା କରିଥିଲେ ବିରୋଧୀ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଇନ ଲାଗୁହେବା ପରେ ଏମଏସପି ବୃଦ୍ଧି ହେବ । ଜାଣିଶୁଣି ରଣନୀତି ଆଧାରରେ ହଙ୍ଗାମା କରାଯାଉଛି । ତେବେ ଚାଷୀଙ୍କ ଲାଭ ପାଇଁ ଏହି ଆଇନ ତିଆରି ହୋଇଥିବା ଜୋର ଦେଇ କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି ଯେ ଭାରତର ପୁରାତନ ଦଳ କଂଗ୍ରେସ, ଯିଏ 6 ଦଶନ୍ଧି ଧରି ଏକଛତ୍ରବାଦ ଶାସନ କଲା ତାର ଆଜି ଏପରି ଅବସ୍ଥା ହୋଇଛି କି ଉଭୟ ରାଜ୍ୟସଭା ଓ ଲୋକସଭାରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ରହିଛି । ଏଭଳି ବିଭାଜନକାରୀ ଦଳ, ଏପରି କନଫ୍ୟୁଜ ପାର୍ଟି ନା ନିଜର ଭଲ କରିପାରିବ ନା ଦେଶର ବୋଲି କହିଛନ୍ତି ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.