ETV Bharat / bharat

ବେଙ୍ଗାଲୁରୁ ହିଂସା: ଥାନାରେ ବିଧାୟକଙ୍କ ଏତଲା, 3 କୋଟିର ସମ୍ପତ୍ତି ନଷ୍ଟ ଅଭିଯୋଗ - ବେଙ୍ଗାଲୁରୁ ହିଂସା

ବେଙ୍ଗାଲୁରୁ ହିଂସାକୁ ନେଇ ଥାନାରେ ଏକ ଏତଲା ଦାଏର କରିଛନ୍ତି ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି । 3 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବିଧାୟକ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ ହିଂସା: ଥାନାରେ ବିଧାୟକ ଅଖଣ୍ଡ ମୂର୍ତ୍ତୀଙ୍କ ଏତଲା, 3 କୋଟିର ସମ୍ପତ୍ତି ନଷ୍ଟ ଅଭିଯୋଗ

author img

By

Published : Aug 14, 2020, 7:45 PM IST

ବେଙ୍ଗାଲୁରୁ: କର୍ଣ୍ଣାକର ରାଜଧାନୀ ବେଙ୍ଗାଲୁରୁରେ ଘଟିଥିବା ହିଂସାକୁ ନେଇ ଥାନାରେ ଏକ ଏତଲା ଦାଏର କରିଛନ୍ତି ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି । ହିଂସା ତଥା ଘର ଉପରକୁ ଉପଦ୍ରବୀଙ୍କ ଆକ୍ରମଣରେ ପାଖାପାଖି 3 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବିଧାୟକ ଅଭିଯୋଗ କରିଛନ୍ତି ।

ବେଙ୍ଗାଲୁରୁ ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା 11ଟି ମାମଲା ରୁଜୁ ହୋଇସାରିଛି । ତେବେ ଏଥିମଧ୍ୟକୁ 7ଟି ମାମଲା କେବଳ ଡିଜେ ହାଲ୍ଲି ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ଜଣାପଡିଛି ।

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ କିଛି ଉପଦ୍ରବୀ କର୍ଣ୍ଣାଟକର ପୁଲକାଶୀନଗର ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତୀଙ୍କ ଘର ଉପରେ ଅଗଷ୍ଟ 11 ରାତିରେ ଆକ୍ରମଣ କରିଥିଲେ । ବିଧାୟକଙ୍କ ଜଣେ ସମ୍ପର୍କୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ପ୍ରଦର୍ଶନକାରୀ ଏପରି କାଣ୍ଡ ଘଟାଇଥିଲେ । ଆକ୍ରମଣକାରୀମାନେ ବିଧାୟକଙ୍କ ବାସଭବନ ଆଗରେ ଥିବା କିଛି ଗାଡିରେ ନିଆଁ ଲଗାଇଦେବା ସହ ଘର ଉପରକୁ ଇଟାପଥର ଫିଙ୍ଗିଥିଲେ ।

ବେଙ୍ଗାଲୁରୁ ହିଂସାରେ ଯାନବାହନ ନଷ୍ଟ ହେବା ସହ ଧନ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଘଟଣାରେ 206 ଜଣଙ୍କୁ ଗିରଫ କରିସାରିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.