ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସକୁ ଆଉ ଏକ ଝଟକା । ଦଳରେ ଇସ୍ତଫାର ଲମ୍ବା ଲାଇନ ଲାଗିଛି । ମାନ୍ଧାତାରୁ କଂଗ୍ରେସ ବିଧାୟକ ନାରାୟଣ ପଟେଲ ବିଧାନସଭାର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ମିଶିବା ନେଇ ଜଣାପଡିଛି ଯେ ତେବେ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିର କାର୍ଯ୍ୟକାରୀ ଅଧ୍ୟକ୍ଷ ରାମେଶ୍ବର ଶର୍ମା ନାରାୟଣଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ନିକଟରେ ବୁରହାନପୁର ଜିଲ୍ଲାର ନେପାନଗର ବିଧାନସଭା ଆସନରୁ କଂଗ୍ରେସର ମହିଳା ବିଧାୟକ ସୁମିତ୍ରା ଦେବୀ କାସଡେକର ଇସ୍ତଫା ଦେଇଥିଲେ । ଏହାର କିଛି ଦିନ ପୂର୍ବରୁ ମଲାହରା ଆସନରୁ କଂଗ୍ରେସ ବିଧାୟକ ପ୍ରଦ୍ୟୁମ୍ନ ସିଂହ ଲୋଧୀ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ । ତେବେ ନାରାୟଣ ପଟେଲଙ୍କ ଇସ୍ତଫାକୁ ମିଶାଇ ଏବେ ସୁଦ୍ଧା 230 ଆସନରୁ 27 ବିଧାନସଭା ଆସନ ଖାଲି ହୋଇସାରିଲାଣି । ଏନେଇ ଖୁବ ଶିଘ୍ର ଉପନିର୍ବାଚନ ମଧ୍ୟ ହେବ ।
ପୂର୍ବରୁ କଂଗ୍ରେସର 22 ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାର ଭାଙ୍ଗିଯାଇଥିଲା । ସିନ୍ଧିଆଙ୍କ ହାତ ଧରି ସମସ୍ତ ବିଧାୟକ ବିଜେପିରେ ସାମିଲ ହେବା ପରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ ସରକାର ଗଠନ କରିଛି ବିଜେପି ।