ETV Bharat / bharat

ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ: କମଲନାଥଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ - CM Kamal Nath

ଆଜି ମଧ୍ୟପ୍ରଦେଶରେ ଶକ୍ତି ପରୀକ୍ଷା ହେବାକୁ ଥିବାବେଳେ ତା ପୂର୍ବରୁ ଦିନ 11ଟାରେ କମଲନାଥଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

Congress legislative party meeting
ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ: କମଲନାଥଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ
author img

By

Published : Mar 20, 2020, 11:07 AM IST

ଭୋପାଳ: ଆଜି ମଧ୍ୟପ୍ରଦେଶରେ ହେବ ଶକ୍ତି ପରୀକ୍ଷା। ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ କମଲନାଥ ସରକାର । ତେବେ ତାପୂର୍ବରୁ ଦିନ 11ଟାରେ କମଲନାଥଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏଥିରେ ଦଳର ରଣନୀତି ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଦିନ 2ଟାରେ ବିଧାନସଭା ଆରମ୍ଭ ପୂର୍ବରୁ କମଲନାଥ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଯେଉଁଥିରେ ସେ ନିଜର ଇସ୍ତଫା ନେଇ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି । କାରଣ କଂଗ୍ରେସରୁ 22 ଜଣ ବିଧାୟକ ଇସ୍ତଫା ଦେଇଥିବାରୁ କମଲନାଥ ସରକାର ଶକ୍ତି ପରୀକ୍ଷାରେ ପରାସ୍ତ ହୋଇପାରନ୍ତି ବୋଲି କୁହାଯାଉଛି । ଯାହାକୁ ନେଇ ତାପୂର୍ବରୁ ହିଁ କମଲନାଥ ଏଭଳି ନିଷ୍ପତ୍ତି ନେଇପାରନ୍ତି ।

ସୂଚନାଥାଉକି, ପୂର୍ବରୁ 6 ଜଣଙ୍କ ଇସ୍ତଫା ପତ୍ର ବାଚସ୍ପତି ଗ୍ରହଣ କରିଥିବାବେଳେ ଗତକାଲି ଅନ୍ୟ 16 ଜଣଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବାଚସ୍ପତି । ତେବେ ମଧ୍ୟପ୍ରଦେଶରେ 230 ବିଧାୟକ ଥିବାବେଳେ 22 ଜଣ ବିଧାୟକଙ୍କ ଇସ୍ତଫା ପରେ 24 ସିଟ୍‌ ଫାଙ୍କା ରହିଛି । ଫଳରେ ବର୍ତ୍ତମାନ 206 ଜଣ ବିଧାୟକ ରହିଛନ୍ତି । ଯେଉଁଥିରେ ବିଜେପିର 107 ଜଣ ବିଧାୟକ ଥିବାବେଳେ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ସ୍ବାଧୀନ ବିଧାୟକଙ୍କୁ ମିଶାଇ 99 ଜଣ ଅଛନ୍ତି ।

ବ୍ୟୁରୋ ଇନପୁଟ ସହ ଏଏନଆଇ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.