ETV Bharat / bharat

ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନରୁ ହଟିବେନି ଚାଷୀ: ରାହୁଲ ଗାନ୍ଧୀ - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯଦି କାଲି ମୋହନ ଭାଗବତ ବି ମୋଦିଙ୍କ ବିରୋଧରେ ଛିଡା ହେବେ, ତାହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ କୁହାଯିବ ବୋଲି କହିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ; କହିଲେ, ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନରୁ ହଟିବେନି ଚାଷୀ

author img

By

Published : Dec 24, 2020, 3:55 PM IST

Updated : Dec 24, 2020, 4:09 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେପଟେ ପଦଯାତ୍ରା କରିବା ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା ପୋଲିସ । ଏହାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ ରାହୁଲ ଓ ପ୍ରିୟଙ୍କା ।

ରାହୁଲ ଗାନ୍ଧୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଦୁଇ ଚାରି ଜଣ ଉଦ୍ୟୋଗପତିଙ୍କ ପାଇଁ ଟଙ୍କା ତିଆରି କରିବା । ଯେଉଁମାନେ ମୋଦିଙ୍କ ବିରୋଧରେ ଛିଡା ହେଉଛନ୍ତି ସେମାନଙ୍କୁ ବିରୋଧ କରାଯାଉଛି । ଚାଷୀଙ୍କୁ ଆତଙ୍କବାଦୀ କୁହାଯାଉଛି । ଯଦି କାଲି ମୋହନ ଭାଗବତ ବି ମୋଦିଙ୍କ ବିରୋଧରେ ଛିଡା ହେବେ, ତାହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ କୁହାଯିବ ବୋଲି କହିଛନ୍ତି ରାହୁଲ ।

ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନରୁ ହଟିବେନି ଚାଷୀ: ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆମେ 3 ଜଣ ରାଷ୍ଟ୍ରପତିଙ୍କ ପାଖକୁ କୋଟି କୋଟି ଦସ୍ତଖସ୍ତ ନେଇକି ଯାଇଥିଲୁ । ଏହା ଦେଶର ସ୍ବର । ଶୀତ ସମୟରେ ଚାଷୀ ଆନ୍ଦୋଳନ କରୁଛନ୍ତି । ସେମାନଙ୍କର ମୃତ୍ୟୁ ବି ହେଉଛି । ଆଜି ଆଗୁଆ କହିଦେଉଛି ଯେ ଚାଷୀ ଓ ମଜୁରିଆଙ୍କ ସାମ୍ନାରେ କୌଣସି ବି ଶକ୍ତି ଛିଡା ହୋଇପାରିବ ନାହିଁ । ଯଦି ଆଇନ ପ୍ରତ୍ୟାହାର ନହେବ, ତାହେଲେ କେବଳ ଆରଏସଏସ ଓ ବିଜେପିକୁ ନୁହେଁ, ବରଂ ସମଗ୍ର ଦେଶକୁ କ୍ଷତି ପହଞ୍ଚିବ ବୋଲି କହିଛନ୍ତି ରାହୁଲ ।

ସେପଟେ ଦିଲ୍ଲୀ ପୋଲିସ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଖାପାଖି ଅଧ ଘଣ୍ଟାଏ ମନ୍ଦିର ମାର୍ଗ ଥାନାରେ ଅଟକାଇ ରଖିବା ପରେ ଛାଡିଥିଲେ । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ବିଜେପି ସରକାର ଚାଷୀଙ୍କ ପେଟକୁ ଲାତ ମାରୁଛନ୍ତି । ହେଲେ ଆମର କର୍ତ୍ତବ୍ୟ ହେଉଛି ଯେ ଆମେ ଚାଷୀଙ୍କ ସହ ଛିଡା ହେବା ଓ କର୍ତ୍ତବ୍ୟ ପାଳନ କରିବା ବୋଲି କହିଛନ୍ତି ପ୍ରିୟଙ୍କା ।

Last Updated : Dec 24, 2020, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.