ETV Bharat / bharat

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ବନ୍ଧୁ ସନ୍ଦୀପ ସିଂଙ୍କ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

author img

By

Published : Aug 30, 2020, 12:35 PM IST

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ବୋଲି ଦାବି କରୁଥିବା ସନ୍ଦୀପ ସିଂଙ୍କ ବିଜେପି ସହ ସମ୍ପର୍କ ବିଷୟରେ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଉଛି । ପ୍ରଥମେ ସଚିନ ସାୱନ୍ତ ଓ ବର୍ତ୍ତମାନ ସୁରଜେୱାଲା ।

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ବୋଲି ଦାବି କରୁଥିବା ସନ୍ଦୀପ ସିଂଙ୍କ ବିଜେପି ସହ ସମ୍ପର୍କ ବିଷୟରେ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଉଛି ଏବଂ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାର ଦାୟିତ୍ବ ବିଜେପି କିପରି ଦେଇଛି ବୋଲି ପ୍ରଶ୍ନ କରାଯାଇଛି।

ଶନିବାର ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ ଏହି ପ୍ରସଙ୍ଗ ଉଠାଇଥିଲେ। ରବିବାର କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏହି ପ୍ରସଙ୍ଗ ଉଠାଇଛନ୍ତି ଓ ବିଜେପି ସହ ଏହା କେଉଁ ପ୍ରକାରର ସମ୍ପର୍କ ବୋଲି ପଚାରିଛନ୍ତି ? ସିବିଆଇ ଏହି ମାମଲାର ଅନୁସନ୍ଧାନ କରିବ କି ?

ରଣଦୀପ ସିଂ ସୁରଜେୱାଲା ଟ୍ବିଟ୍ କରି କହିଛନ୍ତି, ‘କଣ ଏହା ବିଜେପି ଭାଷା’ । ବିଜେପି କାର୍ଯ୍ୟାଳୟରେ 53 ଥର ଫୋନ୍, ଭାରତୀୟ ଦୂତାବାସ ଦ୍ବାରା ଆୟୋଜିତ ମରିସସ ଯାତ୍ରାରେ ଜଣେ ନାବାଳିକାଙ୍କୁ ନିର୍ଯାତନା, ଭାଇବ୍ରେଣ୍ଟ ଗୁଜୁରାଟରେ 177 କୋଟିର ଏମଓୟୁ ସ୍ବାକ୍ଷର, ସିବିଆଇ ଏହି ସମ୍ପର୍କର ଅନୁସନ୍ଧାନ କରିବ କି ?’

ପ୍ରକାଶଥାଉକି, ସନ୍ଦୀପ ସିଂ ଜଣେ ଚଳଚ୍ଚିତ୍ର ନିର୍ମାତା । ସେ ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ପ୍ରଥମେ ତାଙ୍କ ଘରେ ପହଞ୍ଚିଥିଲେ। ସନ୍ଦୀପ ସିଂଙ୍କୁ ମଧ୍ୟ ସୁଶାନ୍ତ ଏବଂ ଅଙ୍କିତା ଲୋଖଣ୍ଡେଙ୍କର ଜଣେ ବନ୍ଧୁ ଭାବେ ବିବେଚନା କରାଯାଏ । ତେବେ କିଛି ଦିନ ତଳେ ସନ୍ଦୀପ ସିଂ ଅଙ୍କିତାଙ୍କ ସହ ନଜର ଆସିଥିଲେ କିନ୍ତୁ ସେ ସୁଶାନ୍ତଙ୍କ ସହ ଦେଖା କରିନଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦୀପ ସିଂ କହିଛନ୍ତି ଯେ ସେ ସୁଶାନ୍ତଙ୍କ ବନ୍ଧୁ। ସନ୍ଦୀପ ସିଂ ସୁଶାନ୍ତଙ୍କ ଭଉଣୀ ମିତୁଙ୍କ ସହ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ନଜର ଆସିଥିଲେ।

କଂଗ୍ରେସ ବିଜେପି ସହ ସନ୍ଦୀପ ସିଂଙ୍କ ସମ୍ପର୍କକୁ ସିଧାସଳଖ ପ୍ରଶ୍ନ କରୁଛି। ଶନିବାର ସଚିନ ସାୱନ୍ତ ଦାବି କରିଛନ୍ତି ଯେ ଡିସେମ୍ବର 1 ରୁ ଡିସେମ୍ବର 23, 2019 ମଧ୍ୟରେ ସନ୍ଦୀପ ସିଂ ମହାରାଷ୍ଟ୍ର ବିଜେପି କାର୍ଯ୍ୟାଳୟରେ 53 ଥର ଫୋନ କରିଛନ୍ତି। ସଚିନ ସାୱନ୍ତ ପ୍ରଶ୍ନ କରିଛନ୍ତି ଯେ ସନ୍ଦୀପ ସିଂ କାହା ସହ କଥା ହେଉଛନ୍ତି, ବିଜେପିରେ ତାଙ୍କ ନିୟନ୍ତ୍ରକ କିଏ ? ଏହାପୂର୍ବରୁ ସଚିନ ସାୱନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ସନ୍ଦୀପ ସିଂଙ୍କ ଏକ ଫଟୋ ମଧ୍ୟ ପ୍ରକାଶ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.